ତାଳସାକର ୟୁ.ପି.ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବୃୟାରୀ ୨୨ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବିଇଓ କବିବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବୁଗୁଡା ଏବିଇଓ ଅମିତା କୁମାରୀ ପାଢ଼ୀ ଓ ତପସ୍ୱିନୀ ସାହୁ, ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଅବସରପ୍ରାପ୍ତ ଏବିଇଓ ପୀତାମ୍ବର ବିଷୋୟୀ ଓ ଅବନୀ କୁମାର ପଟ୍ଟନାୟକ, ୪୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଯୋଗଦେଇଥିଲେ। ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ବୃନ୍ଦଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ତମ ନାଗରିକ ହେବାପାଇଁ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି ଶଶିକାନ୍ତ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ସନସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ