ତାସର ଘର

ତାସ ଖେଳିବାକୁ ଭାରି ମଜା ଲାଗେ । ଏମିତିକି ତାସ ଖେଳ ପ୍ରତିଯୋଗିତା ଆୟୋଜନ ହେବାର ନଜିର ମଧ୍ୟ ରହିଛି । ଖାଲି ସେତିକି ନୁହେଁ ତାସକୁ ଆମେ ସଜାଇ ସେଥିରେ ଆମେ ଘର ବି କରିପାରିବା । ଘରେ ହେଉ କିମ୍ବା କୌଣସି ସାଙ୍ଗସାଥିଙ୍କ ମେଳରେ ତାସକୁ ନେଇ କେତେ କ’ଣ ଖେଳ ଖେଳିଛେ । ସେହିପରି ଏହି ତାସକୁ ନେଇ ଦେଶ ବିଦେଶରେ ମଧ୍ୟ ଖେଳ ଚାଲେ । ୨୦୧୦ରେ ଚାଇନାରେ ଏକ ବିଶାଳ ତାସଘର ତିଆରି ହୋଇଥିଲା, ଯାହା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଘରର ଉଚ୍ଚତା ଥିଲା ୧୦.୩୯ ମିଟର । ଆମେରିକାର ବୋୟୋନବର୍ଗ ଚାଇନାରେ ମୋକୋଉଠାରେ ଏଭଳି ଏକ ବିଶାଳ ତାସଘର ତିଆରି କରିଥିଲେ । ଏଥିପାଇଁ ତାଙ୍କୁ ୪୪ଦିନ ଲାଗିଥିଲା ଓ ଏଥିରେ ୨୧୮. ୭୯୨ଟି ତାସ ବ୍ୟବହାର କରାଯାଇଥିଲା । ଏହା ବିଶ୍ୱରେ ସର୍ବବୃହତ୍ ତାସ ଘର ଭାବରେ ଖ୍ୟାତି ଅର୍ଜନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ