ତିଖିଆ ମତଦାନ କେନ୍ଦ୍ରରେ ସରପଞ୍ଚ ପ୍ରାର୍ଥୀ’ଙ୍କ ପାଇଁ ୨୫’ ତାରିଖରେ ପୁନଃ ମତଦାନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ଅଁଳାଯୋଡି ପଞ୍ଚାୟତ ର ତିଖିଆ ମତଦାନ କେନ୍ଦ୍ର ର ୨’ ନଂ ଓ୍ବାର୍ଡରେ ସରପଞ୍ଚ ପ୍ରାର୍ଥୀ’ଙ୍କ ବେଲଟ କାଗଜ ମୋଡି ହୋଇ ଥିବାରୁ ତଳ ଭାଗରେ ଥିବା ସରପଞ୍ଚ ପ୍ରାର୍ଥୀ’ଙ୍କ କେତଟି ଚିହ୍ନ ଢାଙ୍କି ହୋଇ ରହିଥିବାରୁ ମତଦାତା ଉଚିତ ପ୍ରାର୍ଥୀ’ଙ୍କୁ ମତଦାନ କରିପାରି ନଥିବା ଅଭିଯୋଗ ହୋଇଥିଲା । ଫଳରେ ପୁନଃ ଦାନ ଦାବିକରି ମତଦାନ ସ୍ଥଗିତ ରଖିଥିଲେ ସ୍ଥାନୀୟ ମତଦାତା। ଖବର ପାଇ ନିର୍ବାଚନ ଅଧିକାରୀ ଭାବେ ତହସିଲଦାର ପରମାନନ୍ଦ ଖଣ୍ଡେଇ ଏବଂ ଭାରପ୍ରାପ୍ତ ବହଳଦା ପଞ୍ଚାୟତ ସମିତି ଅଧିକାରୀ (ବିଡିଓ) ଶକ୍ତିପ୍ରସାଦ ପାଇକରାୟ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପୁନଃ ମତଦାନ କରାଯିବାର ପ୍ରତିଶୃତି ଦିଆଯିବା ପରେ ସେଠାରେ ସ୍ୱାଭାବିକ ମତଦାନ ହୋଇଥିଲା । ତେବେ ୨୫’ ତାରିଖ ଦିନ ପୂର୍ବାହ୍ନ ୯’ ଘଟିକା ସମୟ ଠାରୁ ଅପରାହ୍ନ ୩’ ଘଟିକା ସମୟ ପର‌୍ୟ୍ୟନ୍ତ ସରପଞ୍ଚ ପ୍ରାର୍ଥୀ’ଙ୍କ ପାଇଁ ପୁନଃ ମତଦାନ କରାଯିବାର ସମୟ ସ୍ଥିରକୃତ ହୋଇଥିବା ନେଇ ବହଳଦା ବ୍ଲକର ନିର୍ବାଚନ ଅଧିକାରୀ ତହସିଲଦାର ପରମାନନ୍ଦ ଖଣ୍ଡେଇ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ