ତିତ୍‌ଲିରେ କ୍ଷତିଗ୍ରସ୍ତ ତୁମ୍ବା ରାସ୍ତା ଦେଢ ବର୍ଷ ପରେ ସୁଦ୍ଧା ପୁନରୁଦ୍ଧାର ହୋଇ ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ତିତିଲି ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ତୁମ୍ବା-କଇଁପୁର ରାସ୍ତାଟି ପ୍ରାୟ ଦେଢ ବର୍ଷ ପରେ ସୁଦ୍ଧା ପୁନରୁଦ୍ଧାର କରାଯାଇ ନାହିଁ । ତେଣୁ ଏହି ରାସ୍ତା ଉପରେ ନିର୍ଭର କରି ଆସୁଥିବା ଏହି ଅଞ୍ଚଳ ବାସୀ ରାସ୍ତାର ଦୁରାବସ୍ଥା ଯୋଗୁଁ ବହୁ ଦଃୁଖ କଷ୍ଟ ପାଉଥିବା ଅଭିଯୋଗ କରି ତୁରନ୍ତ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି । ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ଠାରୁ ତୁମ୍ବା ପର୍ଯ୍ୟନ୍ତ ରାସ୍ତାଟି ଗତ ତିତ୍‌ଲି ବାତ୍ୟାରେ ପାଣି ଖାଇ ଧୋଇ ହୋଇଥିବାବେଳେ ଉକ୍ତ ରାସ୍ତାଟି ବର୍ତ୍ତମାନ ସୁଦ୍ଧା ଶଚୋନୀୟ ଅବସ୍ଥାରେ ପଡିରହିଛି । ଗଜପତି ଜିଲାରେ ଗତ ୨୦୧୮ ଅକ୍ଟୋବର ମାସରେ ଯେଉଁ ତିତ୍‌ଲି ବାତ୍ୟା ହୋଇଥିଲା ସେଥିରେ ବିଶେଷ ଭାବେ ରାୟଗଡ ବ୍ଲକ ପ୍ରଭାବିତ ହୋଇଥିଲା । ତେବେ ସେହି ସମୟରେ କଇଁପୁର ଠାରୁ ତୁମ୍ବା ଗ୍ରାମକୁ ହୋଇଥିବା ସଡକଟି ପାଣିରେ ଧୋଇ ହୋଇ ତାର ଗୋଟିଏ ପାଶ୍ୱର୍ ସମ୍ପୂର୍ଣ୍ଣ ଖାଲ ହୋଇଯାଇଥିଲା । ବର୍ତ୍ତମାନ ତିତ୍‌ଲିର ପ୍ରାୟ ୧ବର୍ଷ ୪ମାସ ହୋଇଯାଇଥିଲେ ମଧ୍ୟ ଉକ୍ତ ଧୋଇ ହୋଇଥିବା ରାସ୍ତାକୁ ସଜଡା ଯାଇପାରିନାହିଁ । କଇଁପୁର ଠାରୁ ପ୍ରାୟ ୩କିଲୋମିଟର ରାସ୍ତା ତିତ୍‌ଲି ଠାରୁ ଧୋଇ ହୋଇ ଶୋଚନୀୟ ହୋଇଥିବାରୁ ଗମନାଗମନ ଏକ ପ୍ରକାର ବିପଦପୂର୍ଣ୍ଣ ବୋଲି ସାଧାରଣରେ ଅଭିଯୋଗ ହେଉଛି । ତିତ୍‌ଲି ବାତ୍ୟାର ଦିର୍ଘ ମାସ ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁନରୁଉଦ୍ଧାର କାର୍ଯ୍ୟ କରାଯାଇଛି ବୋଲି କୁହାଯାଉଥିବାବେଳେ ଏହି ରାସ୍ତାରେ ସେପରି ଦେଖିବାକୁ ମିଳିନାହିଁ । ଏହି ରାସ୍ତା ଉପରେ କେରାଣ୍ଡି, ଓୟା, ତୁମ୍ବ ଆଦି ପ୍ରାୟ ବିଭିନ୍ନ ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ସେମାନେ ପାରଳାଖେମୁଣ୍ଡି ସଦର ମହକୁମାକୁ ଏହି ରାସ୍ତାଉପରେ ନିର୍ଭର କରିଥାନ୍ତି ମାତ୍ର ରାସ୍ତା ଅବସ୍ତା ଶୋଚନୀୟ ଯୋଗୁଁ ରାସ୍ତାଟି ବର୍ତ୍ତମାନ ବିପଦପୂର୍ଣ୍ଣ ହୋଇପଡିଥିବା ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ