ତିତ୍ଲି ବାତ୍ୟାରେ ମୃତ ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗତ ତିତ୍ଲି ବାତ୍ୟାରେ ନଦୀରେ ଭାସି ପ୍ରାଣ ହରାଇଥିବା ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ ପଞ୍ଚାୟତର ତଲାଲଇ ଗ୍ରାମର ସନ୍ନୀ କାର୍ଯୀ ନାମକ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୪ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ଗତ ତିତ୍ଲି ମହାବାତ୍ୟାରେ ପ୍ରାୟ ୫୦ରୁ ଉର୍ଦ୍ଧ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ମୃତକ ସନ୍ନି ନଇଁରେ ପ୍ରଖୋର ସ୍ରୋତ ଯୋଗୁଁ ଭାସିଯାଇ ପ୍ରାଣ ହରାଇଥିଲେ । ତାଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ଆକାରରେ ୪ଲକ୍ଷ ଟଙ୍କାର ଚେକ୍ ଆର୍.ଉଦଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଂଜନ ଶତପଥି ପ୍ରଦାନ କରିଛନ୍ତି । ତାଙ୍କ ପରିବାର ପକ୍ଷରୁ ମୁକୁନ୍ଦ କାର୍ଯୀ ଏହି ଚେକ୍ ଗ୍ରହଣ କହିଥିବାବେଳେ ସେଠାରେ ସରପଞ୍ଚ ମହେଶ୍ୱର ମଣ୍ଡଳ ଏବଂ ସମିତି ସଭ୍ୟ ଗୋପାଳ ଦଳାଇ ପ୍ରମୁଖ ଉପସ୍ଥିତଥିବା ଜଣାପଡିଛି ।


