ତିନିଥର ପ୍ଲାଜମା ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଲେ ଗଞ୍ଜାମର କରୋନା ଯୋଦ୍ଧା

ଭୁବନେଶ୍ୱର,(ୱାଇଏନ୍ଏସ୍):  ଓଡ଼ିଶାର ଜଣେ କରୋନା ଯୋଦ୍ଧା ତିନିଥର ପ୍ଲାଜମା ଦାନ କରି ରାଜ୍ୟରେ ବିରଳ ଉଦାହରଣ ସ୍ଥାପନ କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଏନ.ଡମ୍ବରୁ ରେଡ୍ଡୀ । ସେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜଠାରେ ଥିବା ପ୍ଲାଜମା ବ୍ୟାଙ୍କରେ ତିନିଥର ପ୍ଲାଜମା ଦାନ କରିଛନ୍ତି । ଏହା ଦ୍ବାରା ସେ ୬ଟି ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛନ୍ତି । ତାଙ୍କର ଏହି ସେବା ପାଇଁ ତାଙ୍କୁ ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡ଼ିଶାରେ ଗତ କାଲି ୧୦୧୮ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୪୩୩ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୫୮୫ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।  ୧୦୧୮ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ