ତିନିବର୍ଷ ପରେ ବାଘଲଟି ଜଳ ଭଣ୍ଡରରୁ ପାଣି ଛଡ଼ାଯିବ
ପାତ୍ରପୁର,(ୱାଇଏନଏସ):ଉପର ମୁଣ୍ଡରେ ବର୍ଷା ଲାଗିରହିବା ଫଳରେ ବାଘଲଟି ଜଳ ଭଣ୍ଡାରର ଜଳସ୍ତର ବଢ଼ିଛି ଫଳରେ ଗତ ତିନି ବର୍ଷ ପରେ ବାଘଲଟି ଛାଡ଼ିବ ପ୍ରଥମ ବନ୍ୟା ଜଳ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ବାଘଲଟି ଜଳଭଣ୍ଡାର ଉପର ଅଂଶ ଆଙ୍କୁଲି ବୁରାତାଲ ପଂଚାୟତରେ ସୋମବାର ବର୍ଷା ଲାଗି ରହିଛି। ଯାହାରି ଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଲେ ବାଘଲଟି ପ୍ରଥମ ବନ୍ୟାଜଳ ଛାଡ଼ିବା ସ୍ଥିର କରିଛି। ବାହୁଦା ନଦୀରେ ନିର୍ମିତ ବାଘଲଟି ମାଧ୍ୟମ ଜଳସେଚନ ଯୋଜନ୍ ରେ ସର୍ବୋଚ୍ଚ ୧୦୬ ମିଟର ଜଳଧାରଣ କ୍ଷମତା ରହିଛି। ସୋମବାର ସକାଳେ ବାଘଲଟିରେ ୧୦୨.୪୨ ମିଟର ପାଣି ରହି ଥିବା ସୂଚନା ମିଳିଛି। ତେବେ ଉପର ମୁଣ୍ଡରେ ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇ ୧୦୪ ମିଟରରେ ପହଞ୍ଚିଥିବା ଜନପଡ଼ିଛି, ଫଳରେ ବରିଷ୍ଟ୍ର ଅଧିକାରୀଙ୍କ ସହ ଆଲୋଚନା କରି ପାଣି ଛାଡ଼ିବା ସ୍ଥିର ହୋଇଥିବା ଜୈନିକ କର୍ମଚାରୀ ସୂଚନା ଦେଛନ୍ତି। ବାଘଲଟି ମାଧ୍ୟମ ଜଳସେଚନ ପ୍ରକଳ୍ପରେ ଗତ ତିନି ବର୍ଷ ହେଲା ପାଣି ପୂର୍ଣ୍ଣ ହୋଇ ନଥିବା ବେଳେ ବିଗତ ୨୦୨୨ ଅକ୍ଟୋବର ମାସରେ ଜଳ ଭଣ୍ଡାରରେ ପାଣି ଭର୍ତ୍ତି ପରେ ପାଣି ନଦୀରେ ଛାଡି ଥିଲା।ଗତ ଲଘୁଚାପ ଜନିତ ବର୍ଷାରେ ବାଘଲଟି ପାଣି ଛାଡି ନଥିବା ସତ୍ତ୍ଵେ ପୋଇ ଚାନ୍ଦିଆ ନଦୀରେ ପାଣି ଆସି ବାହୁଦା ନଦୀରେ ବନ୍ୟା ସୃଷ୍ଟି ହୋଇ ଥିଲା । ବାହୁଦା ନଦୀର ତଳ ଅଂଶରେ ପୋଇ ଚାନ୍ଦିଆ, କଣ୍ଟେଇ ଯୋଡ଼ି ନଦୀ ସହିତ ଦୁଇଟି ବାତରଡା ନାଳ ଅନ୍ୟ ବହୁ ନାଳ ବାହୁଦା ରେ ମିଚିଛି।ଭାରତୀୟପାଣିପାଗ ବିଭାଗ ତରଫରୁ ଲଘୁଚାପ ସୃଷ୍ଟି ହୋଇ ଗଭୀର ଅବପତ ହେବା ଆଶଙ୍କା ରହି ଥିବା ବେଳେ ଏହି ଅଞ୍ଚଳରେ ତାହାରି ପ୍ରଭାବ କଣ ରହିବ ତାହାରି ସଠିକ୍ ତଥ୍ୟ ମିଳି ନାହିଁ। ବାଘଲଟି ଉପର ମୁଣ୍ଡ ରେ ବର୍ଷା ହେଲେ ଯେକୌଣସି ସମୟରେ ପାଣି ନଦୀରେ ଛାଡ଼ିବା ନେଇ ଚାରିଦିନ ପୂର୍ବେ ତଳୁଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଳସେଚନ ବିଭାଗ ପ୍ରଚାର କରିଥିଲେ।। ସେହିପରି ବାହୁଦା ନଦୀ ଉତ୍ପତ୍ତି ସ୍ଥଳ ରାମଗିରି ଅଞ୍ଚଳରେ ଅଧିକା ବର୍ଷା ହେଲେ ନଦୀରେ ତ୍ୱରିତ ଜଳ ପ୍ରବାହ ବୃଦ୍ଧି ପାଉଛି । ଅନ୍ୟ ଗୋଟିଏ ଜଳଭଣ୍ଡାର ଉପରେ ଥିବା ଦନ୍ତାରୀନାଳ ବନ୍ୟା ଜଳ ବର୍ଷ ପରେ ଜଳଭଣ୍ଡାର ମଧ୍ୟକୁ ପ୍ରବାହିତ ହେଉଛି। ଏହି ନାଳ ରେ ବନ୍ୟା ଜଳ ଏଲଗଲ ଗ୍ରାମ ଗୋଟିଏ ଘର କୁ ଲାଗି ପ୍ରବାହିତ ହେବା ପରେ ଅଧିକା ବର୍ଷା ହେଲେ ଗ୍ରାମରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା କୁ ଦେଖି ଜଳସେଚନ ବିଭାଗ ଜଳଭଣ୍ଡାର ଉପରେ ଚବିଶି ଘଣ୍ଟିଆ ପହରା ଦେଇ ସତର୍କ ଦୃଷ୍ଟି ରଖିଥିବା ସୂଚନା ମିଳିଛି। ତେବେ ଅଧିକା ବର୍ଷା ହୋଇ ଜଳଭଣ୍ଡାର ଜଳପତ୍ତନ ବୃଦ୍ଧି ପାଇଲେ ତିନି ବର୍ଷ ପରେ ଜଳଭଣ୍ଡାର ରୁ ବନ୍ୟା ପାଣି ଛଡା ଯିବା ସ୍ଥିର ହୋଇ ଥିବା ସ୍ଥିର ହୋଇଛି।