ତିନି ଅନାଥ ଶିଶୁର ପାଠ ପଢା ଦାୟିତ୍ୱ ଗ୍ରହଣ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବାପା ଓ ମାଆ ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ପାଠ ପଢା ଦାୟିତ୍ୱ ଗ୍ରହଣ କଲେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ। ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଦଦରାଖୋଲ ଗ୍ରାମର ରବୀନ୍ଦ୍ର ପରିଡା ଓ ତାଙ୍କ ଧର୍ମପତ୍ନୀ ମମତା ପରିଡା ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ବାପା ଓ ମଆ ଙ୍କ ଅକାଳ ମୃତ୍ୟୁ ବରଣ ଯୋଗୁଁ ଅନାଥ ହୋଇଗଲେ ତିନି ସନ୍ତାନ। ଖବର ଜାଣିବା ପରେ ବିଧାୟକ ଶ୍ରୀକାନ୍ତ ସାହୁ ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଦାଦରାଖୋଲ ଗ୍ରାମକୁ ଯାଇ ଅନାଥ ଶିଶୁ ତିନି ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏଥିସହ ବିଧାୟକ ତିନି ଜଣ ଅନାଥ ଶିଶୁଙ୍କ ପାଠପଢା ଦାୟିତ୍ୱ ନେବେ ବୋଲି ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୪୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଓ ବି.କରଡ଼ାବାଡ଼ି ସରପଞ୍ଚ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ