ତିନି ଆତଙ୍କବାଦୀ ନିହତ
ଜମ୍ମୁ କାଶ୍ମୀର- ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟରେ ସେନାର ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତୀୟ ସେନାବହିନୀର ୫୫ ରାଷ୍ଟ୍ରୀୟ ରାଇଫଲ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍ ଗ୍ରୁପ୍ ଏକ ମିଳିତ ଦଳ ସୋମବାର ପ୍ରତ୍ୟୁଷରେ ଓ୍ଵାଚି ଗ୍ରାମକୁ କର୍ଡନ୍ କରିଥିଲେ । ସେ ଅଞ୍ଚଳରେ ଦୁଇ ତିନିଜଣ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ବୋଲି ସେମାନଙ୍କୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏକ ଘରୁ ଆତଙ୍କବାଦୀ ମାନେ ସେନା ଉପରକୁ ଗୁଳି ବର୍ଷଣ କରିବା ଆରମ୍ଭ କରିଦେଇଥିଲେ । ସେନା ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ଭାରତୀୟ ସେନାର ପ୍ରତିଆକ୍ରମଣରେ ତିନି ଆତଙ୍କବାଦୀ ଟଳି ପଡିଥିଲେ ।


