ତିନି ତଲାକରେ ଶିକାର ମହିଳା ପାଇବେ ୬୦୦୦ଟଙ୍କା

ଉତ୍ତରପ୍ରଦେଶ : ଏଣିକି ତିନି ତଲାକରେ ଶିକାର ମହିଳା ପାଇବେ ବାର୍ଷିକ ୬୦୦୦ଟଙ୍କା। ଉତ୍ତରପ୍ରଦେଶ ସରକାର ତିନି ତଲାକ୍‌ ପୀଡ଼ିତାଙ୍କ ପାଇଁ ଏଭଳି ବଡ଼ ଘୋଷଣା କରିଛନ୍ତି। ମାସିକ ୫୦୦ ଟଙ୍କା ଆକାରରେ ତଲାକ୍‌ ପୀଡ଼ିତା ମହିଳାଙ୍କୁ ପେନ୍‌ସନ୍‌ ଦେବେ ସରକାର। ଏହି ଯୋଜନା ଆସନ୍ତା ନୂଆବର୍ଷରୁ ଆରମ୍ଭ କରାଯିବ । ସରକାରୀ ସୂଚକାଙ୍କ ଅନୁସାରେ ୧୦ହଜାର ମହିଳାଙ୍କୁ ପ୍ରଥମ ତିନି ମାସରେ ଏହି ପେନସେନ୍‌ ରାଶି ଦିଆଯିବ। ସୂଚନାଯୋଗ୍ୟ, ତିନି ତଲାକ୍‌କୁ ମୋଦି ସରକାର ବେଆଇନ କରିଦେଇଛନ୍ତି। ଯଦି କେହି ମୁସଲମାନ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ତଲାକ୍‌ ଦେଉଛନ୍ତି, ତେବେ ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ। ଏହି ଆଇନ କଠୋର ହେବା ପରେ ମଧ୍ୟ ତିନି ତଲାକ୍‌ର ଘଟଣା ସମା୍ନାକୁ ଆସୁଛି। ୟୁପି ସରକାର ଏହାକୁ ଧ୍ୟାନରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ