ତିନି ଦିନ ହେଲା ନିଖୋଜ ଶିଶୁର ମୃତଦେହ ଗାଁ ପାଖ ରାସ୍ତାକଡରୁ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ଶିଶୁ ପୁତ୍ର୍ ଦଶରଥ ଶନିବାର ଦିନ ଛେଳି ଚରାଇବାକୁ ଯାଇ ଘରକୁ ଫେରି ନଥିଲା । ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ମୃତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀସ ସାହୁ ଏବଂ ବାଦାମପାହାଡ ଥାନା ଅଧିକାରୀ ବିଜୟ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ଛାନଭିନ କରିଥିଲେ । ପରେ ସନ୍ଧାନି ପୋଲିସ କୁକୁର ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରାଯାଇଥିଲା ।ଏହାକୁ ନେଇ ଛୁଆର ମା ଯବାନୀ ହେମ୍ରମ ଙ୍କ ଲିଖିତ ଅଭିଯୋଗ ନେଇ ଏକ ହତ୍ଯା ମାମଲା କେଶ ନଂ ୭୮/୨୦ ରୁଜ୍ଜୁ କରାଯାଇଛି ।ମୃତ୍ୟୁ ର କାରଣ ଅସ୍ପଷ୍ଟ । ଶିଶୁ ମୃତ୍ଯକୁ ନେଇ ପୋଲିସର ଚିନ୍ତା ବଢ଼ି ଯାଇଛି ।ଶିଶୁ ମୃତ୍ୟୁ ନେଇ ସାରା ଓଡିଶା ଉଠୁଛି ପଡୁଛି । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।


