ତିନି ଦେଶୀ ବନ୍ଧୁକ ଜବତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ କରି ତିନୋଟି ଦେଶୀ ବନ୍ଧୁକ ଜବତ କରିଛି l କୋଣସି ସୁତ୍ର ରୁ ଖବର ପାଇ ପୋଲିସ ର ଏକ ଟିମ୍ ଗ୍ରାମର ପ୍ରମୋଦ ମଳିକ ଙ୍କ ଘରେ ଦେଶୀ ବନ୍ଧୁକ ଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା l ତେଵେ ଚଢ଼ାଉ ବେଳେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡିଛି l ତେଵେ ଶିକାର ଉଦ୍ଦେଶ୍ୟ ରେ ଉକ୍ତ ବନ୍ଧୁକ ଗୁଡିକ ରଖାଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶୁବ୍ରନ୍ତ କୁମାର୍ ପଣ୍ଡା ସୂଚନା ଦେଇଛନ୍ତି l


