ତିନି ପାକିସ୍ତାନୀ ବାଳକଙ୍କୁ ଫେରାଇଲେ ଭାରତୀୟ ସେନା
ନୂଆଦିଲ୍ଳୀ: ପୁଂଛ ଜିଲ୍ଲାର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ସହିତ ସଟେ ଚକ୍କା ଦା ବାଗରୁ ଭାରତୀୟ ସୀମାକୁ ପଶିଆସିଥିବା ତିନି ବାଳକଙ୍କୁ ଭାରତୀୟ ସେନା ପାକିସ୍ତାନୀ ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି । ଭାରତୀୟ ସେନା ଏହି ତିନି ପାକିସ୍ତାନୀ ବାଳକଙ୍କୁ ଖାଇବା ସାମଗ୍ରୀ, ପୁସ୍ତକ ଏବଂ ଡ୍ରେସ୍ ଆଦି ଅନେକ ଉପହାର ଦେଇ ଫେରାଇ ଦେଇଛନ୍ତି । କେଜି ବ୍ରିଗେଡର କମାଣ୍ଡର କହିଛନ୍ତି ଯେ, ତିନି ବାଳକଙ୍କୁ ପାକିସ୍ତାନୀ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଦିଆଯାଇଛି । ସେ କହିଛନ୍ତି ଯେ ସୀମା ଉପରେ ସୈନ୍ୟମାନେ ସତର୍କ ଅଛନ୍ତି ଏବଂ ନିୟନ୍ତ୍ରଣରେଖା ନିକଟରେ ହେଉଥିବା ସମସ୍ତ ଗତିବିଧି ଉପରେ ଦୃଷ୍ଟି ଅଛି ବୋଲି କହିଛନ୍ତି ।