ତିନି ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ -୧ ଠାରେ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ -୧ ଠାରେ ଆଜି ଜାତୀୟ ଶିକ୍ଷା ନୀତି ୨୦୨୦ ର ତିନି ବର୍ଷ ପୂର୍ତ୍ତି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ କେନ୍ଦ୍ରୀୟ ବିଦ୍ୟାଳୟ -୧ ର ପ୍ରିନ୍ସିପାଲ ରବି ପ୍ରକାଶ ଯୋଗ ଉପସ୍ଥିତ ରହି କେନ୍ଦ୍ର ସରକାର ବିଦ୍ୟାଳୟ ମାନଙ୍କରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ଦ୍ଵାରା ଉପକାରିତା ଓ ଛାତ୍ରଛାତ୍ରୀ , ଜନ ସାଧାରଣ ଙ୍କୁ ସଚେତନତା ନେଇ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ରୀୟ ଶ୍ରୀ ପ୍ରକାଶ ସୂଚନା ଦେଇଥିଲେ।ଏହି ଆଇନ ଦ୍ୱାରା ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିଛି ବୋଲି ସମ୍ମିଳନୀରେ କହିଥିଲେ।ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ,କେନ୍ଦ୍ରୀୟ ବିଦ୍ୟାଳୟ ୨ ମାଇକେଲ ବେଙ୍ଗ, ରେଞ୍ଜ ସ୍କୁଲ ଚାନ୍ଦିପୁର ପ୍ରିନ୍ସିପାଲ ଶିବାନନ୍ଦ ଠାକୁର,ବାଗୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ ଏକ୍ସ ଖ୍ରୀଷ୍ଟିଆନା,କେନ୍ଦ୍ରୀୟ ବିଦ୍ୟାଳୟ ୧ ପ୍ରଧାନ ଶିକ୍ଷକ ପି ଆର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ