ତିନି ବର୍ଷ ହେଲା ମରାମତି ହେଉନି ରାସ୍ତା ପିଚୁ ଉଠି ମାଟି ଦେଖା ଦେଲାଣି
ମୋହନା, (ଅଂଶୁମାନ ପଣ୍ଡା) :-କେନ୍ଦ୍ର ସରକାର ଙ୍କୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ଗାଁ ଠାରୁ ସହର କୁ ସଂଯୋଗ ପକା ରାସ୍ତା ନିର୍ମାଣ ହୋଇଛି ତାହା ମଧ୍ୟ ରାଜ୍ୟ ସରକାର ଙ୍କ ନିଦ୍ଧେଶ କ୍ରମେ ପ୍ରତ୍ୟକ ଗ୍ରାମ କୁ ଏବେ ପକା ରାସ୍ତା ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ରେ କେଉଁଠି ପିଚୁ ବାହାରି ଗୁଡି ଦୁଷିଥିବା ବେଳେ କେଉଁଠି ଖାଲ ଖମା ମୋହନା ବ୍ଲକ ର ଉପାନ୍ତ ଅଞ୍ଚଳରେ ନିର୍ମାଣ ହୋଇଥିବା ରାସ୍ତା ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ରାସ୍ତା ଏବେ ଖରାପ ହେବାରେ ଲାଗିଛି I ମାର୍ଚ୍ଚ ମାସ ରେ ସାମାନ୍ୟ ଫୋଳକ ରେ କଲର ଦେଇ ମରାମତି ର ବିଲ ପାଶ କରିଦିଆ ଯାଉଛି I ବିଭଗ୍ୟ ଅଧିକାରୀ ଙ୍କ ଅଣଦେଖା ପାଇଁ ଏଭଳି ହେଉଥିବା ଅଞ୍ଚଳ ବାସୀ କହିଛନ୍ତି I ଗାଲିମେରା ଠାରୁ ରାପେଟି, ଯୁବ ପାହାଡିଆ ରାସ୍ତା ମାତ୍ର ଦୁଇ କି.ମି ୮ ସହ ହେଲେ ଉକ୍ତ ରାସ୍ତା ଟି ନିର୍ମାଣ ହୋଇଛି ୨୦୧୮ ମସିହା ରେ ଏହି ରାସ୍ତା ଟି ଠିକାଦାର ଗୁଣୁପୁର ର ସଞ୍ଜୟ କୁମାର ମିଶ୍ର ନିର୍ମାଣ କରିଛନ୍ତି ହେଲେ ଏହା ରକ୍ଷଣାବେକ୍ଷଣ ପାଞ୍ଚ ବର୍ଷ ରହିଥିବା ବେଳେ ଜମାରୁ ମରାମତି ନ ହୋଇଥିବା ରୁ ରାସ୍ତା ରୁ ପିଚୁ ବାହାରି ମାଟି ଦୁଷିଲାଣି ଯାହା ଦ୍ୱାରା ଯାନବାହନ ଚଳାଚଳ ରେ ବଧାସୃଷ୍ଟି ହେଉଛି ଏହି ବିଷୟ ରେ ନିର୍ବାହୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୋଣସୀ ଉତ୍ତର ମିଳିପାରିନି ସେପଟେ ତୁରନ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି I


