ତିନି ବାହାଘର ଭୋଜି ପଣ୍ଡ କଲା ପ୍ରଶାସନ : ଥାନାରେ ଏତାଲା

ହିଞ୍ଜିଳିକାଟୁ, (ୱାଇଏନଏସ):ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ପହୁ ପଦକ୍ଷେପ ଗ୍ରହଣ କରାଯିବା ସହ ଜନସଚେତନତା କରାଯାଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରୀ କରାଯାଇଛି । ଯାନବାହାନ ଚଳାଚଳ, ଶିକ୍ଷାନୁଷ୍ଠାନ, ସପିଂମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସଭାସମିତିକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ସଂଖ୍ୟା-୮୭୦୯/୨୧.୦୩.୨୦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା-୩୬୪୪/୧୩.୦୬.୨୦ ପ୍ରକାରେ ସମସ୍ତ ପ୍ରକାର ବିବାହ, ବ୍ରତ ଓ ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ସାମାଜିକ ଦୂରତ୍ୱ ରକ୍ଷା ସହ ସର୍ବାଧିକ ୫୦ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟସମ୍ପାଦନା କରିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ବହୁ ବ୍ୟକ୍ତିଙ୍କ ସମାଗମ କରି ବିବାହ ଭୋଜି କରୁଥିବା ବେଳେ ପ୍ରଶାସନ ଏହାକୁ ପଣ୍ଡ କରିଛି । ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି । ଗୁରୁବାର ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ୩ଟି ବାହାଘର ଭୋଜି ଚାଲିଥିବା ବେଳେ ଖବର ପାଇ ଏକଜିକ୍ୟୁଟିଭ୍ ମାଜିଷ୍ଟେଟ ତଥା ତହସିଲଦାର ଗୋପିନାଥ କୁଅଁର ସଂପୃକ୍ତ ଗ୍ରାମରେ ପଂହଚି ୩ଟି ଭୋଜିକୁ ପଣ୍ଡ କରିବା ସହ ରନ୍ଧନ ଖାଦ୍ୟକୁ ପରିବାର ସଦସ୍ୟ ଓ ସଂପୃକ୍ତ ଗ୍ରାମର ଗରୀବ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ଘଟଣା ନେଇ ତହସିଲଦାର କୁଅଁର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୧୮,୨୧୯ଓ ୨୨୦/୨୦ରେ ୩ଟି ମାମଲା ରୁଜୁ କରି ଭୋଜି ଆୟୋଜନ କରିବା ସହ ବହୁ ଲୋକଙ୍କୁ ରୁଣ୍ଡ କରିଥିବା ଅଭିଯୋଗରେ ସଂପୃକ୍ତ ଗ୍ରାମ ବଡ଼ଦାଣ୍ଡ ସାହିର ରମେଶ ବରଡ଼, ଭଗବାନ ପ୍ରଧାନ ଓ ପଦ୍ମ ଚରଣ ସ୍ୱାଇଁଙ୍କୁ ଗିରଫ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରଶାସନର କଟକଣାକୁ ଅବମାନନା କରି ଆଗରାମୀ ଦିନରେ ବିବାହ, ବ୍ରତ ଓ ଗୃହ ପ୍ରବେଶ ଭଳି କାର୍ଯ୍ୟ କରି ବହୁ ବ୍ୟକ୍ତିଙ୍କୁ ରୁଣ୍ଡ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କୁଅଁର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ