ତିନି ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଳକର ତିନିଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ମାନ୍ୟବର ଶ୍ରମ ମନ୍ତ୍ରୀ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଛନ୍ତି। ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମର ମନୋଜ କୁମାର ଖଣ୍ଡେଇ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ଖଣ୍ଡେଇ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିବାବେଳେ ଜଣେ ଆଦର୍ଶ ବିଜେଡି କର୍ମୀ ଥିଲେ। ମନ୍ତ୍ରୀ ମହୋଦୟ ସ୍ବର୍ଗତ ଖଣ୍ଡେଇ ଙ୍କ ଚିକିତ୍ସା ପାଇଁ ନିଜେ ଦାୟିତ୍ୱ ବହନ କରିଥିବା ସ୍ଵତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମନୋଜଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହଯୋଗର ହାତ ବଢ଼ାଇଛନ୍ତି। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ ଗ୍ରାମର ଚନ୍ଦ୍ରମା କୁଣ୍ଡଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ଚିରିକିପଡା ଶାସନ ଗ୍ରାମର ଲକ୍ଷ୍ମୀ ପ୍ରଧାନଙ୍କ ଆକସ୍ମିକ ବିୟୋଗ ହୋଇଥିଲା। ଉଭୟ ମୃତକଙ୍କ ପରିବାର ନିକଟକୁ ଡିସେମ୍ବର ୫ ତାରିଖ ଦିନ ଯାଇ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ