ତିନି ଲକ୍ଷ ଟଙ୍କା ର ସାଇଜ ପଟା ଜବତ

ଚିକିଟି,(କୁରେଶୁ ସାହୁ): ଦିଗପହଣ୍ଡି ବନାଞ୍ଚଳ ଚିକିଟି ପେଣ୍ଠ ବ୍ରମହାନଗର ର ଏକ ପରିତ୍ୟକ୍ତ ଘରୁ ଆନୁମାନିକ ୩ ଲକ୍ଷ ଟଙ୍କା ର ସାଇଜ ପଟା ଜବତ ହୋଇଛନ୍ତି। ଡି ଏଫ ଓ ଅମ୍ଳାନ ନାୟକ ଙ୍କ ଙ୍କ ନିର୍ଦ୍ଦେଶ ରେ acf ଅଶୋକ କୁମାର ବେହେରା ଙ୍କ ନେତୃତ୍ୱରେ ଏକ ସୂଚନା ମୁତାବକ ଶୁକ୍ରବାର ସକାଳୁ  ଏହି ଚଢ଼ାଉ ହୋଇଥିଲା । ଫ୍ରେଶ କାଠ ପଟା ବୋଲି ବିଭାଗୀୟ ଅନୁମାନ କରିଥିବା ବେଳେ ଇଛାପୁର ଅଞ୍ଚଳରୁ କାଟି ଅଣାଯାଇଥିବା ବନ ବିଭାଗ ସୂଚନା ମଧ୍ୟ ପାଇଁ ପାଇଛି । ଶୁକ୍ରବାର ସକାଳେ ସୂଚନା ପାଇ ଦିଗପହଣ୍ଡି ଓ ସମାଣ୍ଟିଆପଲ୍ଲୀ ବନାଞ୍ଚଳ ଅଧିକାରୀ ଙ୍କ ଶହ ମୋବା ଇଲ ଟିମ ଏହି ପଟା କୁ ଏକ ପରିତ୍ୟକ୍ତ ଘରୁ ଜବତ କରି ନେଇଛନ୍ତି।ତେବେ ସନ୍ଧ୍ୟା ସୁଦ୍ଧା କାଠ ର ମାପ ସାରିନଥିବା ବେଳେ ଜବତ କାଠ ପଟା ର ଆନୁମାନିକ ମୁଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର କାନ୍ହହୁ ଚରଣ ପଟ୍ଟନାୟକ କହିଛନ୍ତି । ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ହର ପ୍ରସାଦ ଭୋଇ ଙ୍କ ଉପସ୍ଥିତ ରେ ପଟା କୁ ସିଜ କରିବା ସହ ସମାଣ୍ଟିଆପଲ୍ଲୀ ରେଞ୍ଜର ରଜତ ମିଶ୍ର, ଦିଗପହଣ୍ଡି ରେଞ୍ଜର କାନ୍ହହୁ ଚରଣ ପଟ୍ଟନାୟକ, ଚିକିଟି ଫୋରେଷ୍ଟର ସନ୍ଧ୍ୟା ରାଣୀ ଦଳବେହେରା, ଦିଗପହଣ୍ଡି ଫରଷ୍ଟେର କମଳ କାନ୍ତ ପାତ୍ର, ସମାଣ୍ଟିଆପଲ୍ଲୀ ଫରେଷ୍ଟର ରତନ ବେହେରା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ