ତିନି ଲୁଟେରା ଗିରଫ, ୨ ବନ୍ଧୁକ ଓ ୫ ଜୀବନ୍ତ ଗୁଳି ଜବତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ସାମ୍ୱାଦିକ ସମ୍ମିଳନୀରେ ୩ ଜଣ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ରିଭଲଭର, ଗୋଟିଏ ସିଙ୍ଗଲ ସଟ ପିସ୍ତଲ ଓ ପାଞ୍ଚ ଗୋଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଗୋଛାବାଡି ଗ୍ରାମର ଗୋପାଳ କୃଷ୍ଣ ମହାରଣା ଓରଫ ଲଣ୍ଡା ନିଜ ଗ୍ରାମରୁ ନିଜର ଓଡ଼ି ୦୭ ୮୦୭୭ ଟିଭିଏସ ସ୍ପୋର୍ଟସ ବାଇକରେ ଚିରିକିପଡା ଗ୍ରାମକୁ ଯାଉଥିଲେ। ଗମ୍ଭାରୀଆ ନାଳ ନିକଟରେ ଭାଲିଆମାଳ ଗ୍ରାମର ସଞ୍ଜୟ ଶବର, ମିନା ଶବର ଓ ଜରା ଶବର ମିଶି ଗୋପାଳଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଗୋପାଳ କୃଷ୍ଣ ମହାରଣା ଟଙ୍କା ନଦେବାରୁ ଗାଳି କରିବା ସହ ଆକ୍ରମଣ କରିଥିଲେ। ଗୋପାଳ ଏହାର ପ୍ରତିରୋଧ କରିବାରୁ ସଞ୍ଜୟ ଶବର ଏକ ବନ୍ଧୁକ ବାହାର କରି ଉପରକୁ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରି ତାଙ୍କର ମୋଟର ସାଇକେଲ ଛଡ଼ାଇ ନେଇଥିଲେ। ଏନେଇ ଗୋପାଳ ମହାରଣା ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲସରା ଥାନା କେଶ ନଂ ୩୧୧/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ତଦନ୍ତ ଆରମ୍ଭ କରିଥିଲେ। ଏହି ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ସଞ୍ଜୟ, ମିନା, ଓ ଜରା ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ୫ ଟି ଜୀବନ୍ତ ଗୁଳି, ଲୁଟ୍ ହୋଇଥିବା ବାଇକ୍ ଓ ଘଟଣା ସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଥିଲା। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ