ତିନି ଶହ ବର୍ଷର ପରମ୍ପରା : ମକର ପଡ଼ିଆରେ ହରି ହର ଭେଟ

ବୁଗୁଡା, (ଅନିଲ କୁମାର ମହାରଣା):କଳା ଓ ସଂସ୍କୃତି ସମ୍ପର୍ଣ୍ଣ ବାଲିପଦର ଗ୍ରାମର ମକର ପଡିଆ ପ୍ରାୟ ତିନି ଶହ ବର୍ଷ ଧରି ମକର ସଂକ୍ରାନ୍ତି ଦିନ ହରି ଓ ହର ଭେଟ ହେବାର ପରମ୍ପରା ଚାଲିଆସୁଅଛି। ମକର ସଂକ୍ରାନ୍ତି ଅପରାହ୍ନରେ ପାରମ୍ପରିକ ରୀତିରେ ହରି ହର ଭେଟ ଓ ମକର ଯାତ୍ରା ଅନୁଷ୍ଠିତ ହୋଇଥିଲା। ତିନି ଠାକୁର ଶ୍ରୀ ଦଧିବାମନ, ଶ୍ରୀ ରଘୁନାଥ ଓ ଶ୍ରୀ ନୀଳକଣ୍ଠେଶ୍ବର ଙ୍କୁ ସୁସଜ୍ଜିତ ବିମାନ ଯୋଗେ ସଂକିର୍ତ୍ତନ, ଘଣ୍ଟ ଘଣ୍ଟା ଓ ଢୋଲ ବାଦ୍ୟର ତାଳେତାଳେ ମକର ପଡିଆକୁ ଅଣାଯାଇ ମିଳନ କରା ଯାଇଥିଲା। ମକର ପଡିଆରେ ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ୍ ହୋଇ ମୁଆଁ ଫିଙ୍ଗି ମାନସିକ ପୁରଣ କରିଥିେଲ। ତିନି ମନ୍ଦିରର ଟ୍ରଷ୍ଟି କୋକରାମ ଜେନା, କେ.ଅଶୋକ କୁମାର ପାତ୍ର ଓ ସଂଗ୍ରାମ କେଶରୀ ଗୁରୁ ଯୋଗଦେଇ ଥିବା ବେଳେ ବାଲିପଦରର ବହୁ ମାନ୍ଯଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ସମାଜସେବୀ ଖଲି ପରିଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, କୈଳାଶ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଜେନା, ନାରାୟଣ ସାମନ୍ତରା, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ରାଜଗୋପାଳ ନାୟକ, କେ.ରାଘବ ଚନ୍ଦ୍ର ପାତ୍ର, ପିତାମ୍ବର ଗୌଡ, ହରପ୍ରସାଦ ଦାସ, ତିନି ମନ୍ଦିରର ପୂଜକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ପୋଲିସ ଓଆଇସି ସମିର କୁମାର ବେହେରାଙ୍କ ନେତୃତ୍ବରେ ମକର ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା। ଶେଷରେ ତିନି ଠାକୁରଙ୍କ ବିଜେ ପ୍ରତିମାଙ୍କୁ ବିମାନ ଯୋଗେ ନଗର ପରିକ୍ରମା କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ