ତିନି ଶିଶୁକନ୍ୟା ଙ୍କ ମୃତ୍ୟୁ ଘଟଣାରେ କଳିକା ଦିଦିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କଲେ ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକଣା ଗାଁ ରେ ବେଆଇନ ମୋରମ ଖାଦାନରେ ବୁଢି ୩ଶିଶୁ ମୃତ୍ଯୁ ଘଟଣାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ପ୍ରତିବାଦରେ ସୋସୋ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ। ଗତ ମଙ୍ଗଳବାର ସକାଳେ କଳିକା କେନ୍ଦ୍ରକୁ ଆସିଥିବା ବେଳେ ତିନିଜଣ ଶିଶୁ ନିକଟସ୍ଥ ମୋରମ ଖଣିକୁ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ଏବେ ସମସ୍ତେ ନିଜ ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଲାଗିପଡିଛନ୍ତି। ମୃତ୍ୟୁର ୪ଦିନ ବିତିଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କ ଘରକୁ ଯାଇ କେହି ବି ସାନ୍ତ୍ଵନା ଟିକେ ଦେଇ ନାହାନ୍ତି। ଯାହାକୁ ନେଇ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଳିକା ଦିଦିଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିବା ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା ପ୍ରତିବାଦରେ ଗ୍ରାମବାସୀମାନେ ଆଜି ସୋସୋ ଥାନା ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଅତୁରିକୋଣା ଡାହିସାହି କଳିକା କେନ୍ଦ୍ରକୁ ସେମାନଙ୍କ ଛୁଆ ସବୁ ଆସୁଥିଲେ। ନିଜେ କଳିକା ଦିଦି ତାଙ୍କ ଛୁଆ ମାନଙ୍କୁ ଘରୁ ଡ଼ାକି କରି ନେଇଥିଲେ। କିନ୍ତୁ ଏହି ଦୁର୍ଘଟଣା ପରେ ସେମାନେ ଆମ ଛୁଆ ନୁହଁ ବୋଲି କହିବା କେତେଦୂର ଯଥାର୍ଥ ବୋଲି ମୃତ ଲିପସାର ବାପା ଅଭିଯୋଗ କରିଛନ୍ତି। ଏପରିକି ୨୯ତାରିଖ ଦିନ ଛୁଆମାନେ କଳିକା କେନ୍ଦ୍ରରେ ପାଠ ପଢିବା ସହିତ ଖିଆପିଆ କରିଛନ୍ତି। ଯାହାର ଫଟୋ ତାଙ୍କ ପାଖରେ ଅଛି ବୋଲି କହିଛନ୍ତି। ଗତ ମାସ କଳିକା କେନ୍ଦ୍ର ପକ୍ଷରୁ ଏହି ଛୁଆ ମାନଙ୍କୁ ପୋଷାକ ଓ ଜୋତା ମଧ୍ଯ ଦେଇଥିଲେ ବୋଲି ମମତା ପାତ୍ର ଅଭିଯୋଗ କରିଛନ୍ତି। ଗତ ତିନିଦିନ ତଳେ କୋଦଣ୍ତ ପାତ୍ର ଥାନରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ କଳିକା ଦିଦି ଦୁଇଜଣଙ୍କୁ ଡକାଇ ପଚରା ଉଚରା କରିବ ବୋଲି କହିଥିଲେ। କିନ୍ତୁ ତାଙ୍କୁ ଡକାଇଲେ ନାହିଁ। ଯଦି ପୁଲିସ ଦୁଇଜଣ ଯାକ କଳିକା ଦିଦିଙ୍କୁ ଗିରଫ ନ କରନ୍ତି ତେବେ ଆମେ ଏଠାରୁ ଉଠିବୁ ନାହିଁ ବୋଲି ସେମାନେ କହିଛନ୍ତି। ଏହି ଧାରଣାରେ ମମତା ପାତ୍ର, ଅନୂଷୟା ପାତ୍ର, ଉମା ପାତ୍ର, ତୁଳସୀ ପାତ୍ର, ଅହଲ୍ୟା ପାତ୍ର, ସୁକାନ୍ତି ପାତ୍ର, ନଳନୀ ପାତ୍ର, ସୁକାନ୍ତି ପାତ୍ର, କୁନି ପାତ୍ର, ଜୋଷ୍ଣା ପାତ୍ର, ଭାନୁ ମତି ପାତ୍ର, ଉର୍ମିଳା ପାତ୍ର, ରଞ୍ଜୁଲତା ପାତ୍ର, ମାଣିକ ପାତ୍ର, କନକ ପାତ୍ର, ମମତା ପାତ୍ର, ବାସନ୍ତୀ ପାତ୍ର, ମଞ୍ଜୁଲତା ପାତ୍ର, ମମତା ପାତ୍ର, ରିତୁ ଲତା ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ସମ୍ପର୍କରେ ଥାନା ଆଇ ଆଇ ସି ବିଜୟ କୁମାର ବିହାରୀ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେମାନେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠନ ନିଆଯିବା କଥା ନିଆଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ କଳିକା ଦିଦିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମ କେନ୍ଦ୍ରରେ ୭ମାସରୁ ୩ବର୍ଷର ଛୁଆ ମାନଙ୍କୁ ଯତ୍ନ ନେଉ। ସେମାନଙ୍କ ବୟସ ଅଧିକ ହୋଇଯିବାରୁ ଆପେ ଆପେ ଆମ କେନ୍ଦ୍ରରୁ ସେମାନଙ୍କ ନାମ କଟି ଯାଇଛି ବୋଲି କହିଛନ୍ତି। ଥାନା ଆଇଆଇସି ଅନେକ ବୁଝାସୁଝା କରିବା ପରେ ଅପରାହ୍ନ ରେ ସେମାନେ ଘରକୁ ଫେରିଛନ୍ତି ବୋଲି ଆଇ.ଆଇ.ସି ସୂଚନା ଦେଇଛନ୍ତି।