ତିନୋଟି ଦଳର ପ୍ରଚାରରେ ଦୁଲୁକିଲା ସାପ୍ତାହିକ ହାଟ : ରାସ୍ତାକୁ ଓହ୍ଲାଇଲେ ହେବିୱେଟ….
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଚଳିତ ମାସ ୨୦ ତାରିଖରେ ତ୍ରୀସ୍ତରୀୟ ନିର୍ବାଚନ ଭୋଟ ଗ୍ରହଣ ଦିନ ବକ୍ସ ମଧ୍ୟରେବନ୍ଦହୋଇଯିବ ପ୍ରାର୍ଥୀଙ୍କ ଭାଗ୍ୟ ହେଲେ ଯେତିକି ପାଖେଇ ଆସୁଛି ନିର୍ବାଚନ ସମୟ ସେତିକି ଦେଖିବାକୁ ମିଳୁଛି ରାଜନୈତିକ ଦଳର ପ୍ରଚାର । ନିର୍ବାଚନ ପୁର୍ବରୁ ଏହି ଶନିବାର ଥିଲା ଶେଷ ସାପ୍ତାହିକ ହାଟ। ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ପାଇଁ କୌଣସି ଅବହେଳା ଦେଖାଇନଥିଲେ ଉଭୟ ବିଜେଡି, କଂଗେସ, ବିଜେପି । ବିଜେଡି ପକ୍ଷରୁ ରାୟଗଡ଼ ବ୍ଲକର ପ୍ରଚାରର ମଙ୍ଗ ଧରିଛନ୍ତି ଆଦିବାସୀ ନେତା ତଥା ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ । ଆଦିବାସି ପାରମ୍ପାରିକ ନୃତ୍ୟ ଶଙ୍ଖ ଯୋଡ଼ି ମହୁରୀ ସହ ନରେନ୍ଦ୍ର ବସ୍ତ୍ରାଳୟ ନିକଟରୁ ଶହ ଶହ ସମର୍ଥକଙ୍କ ସହ ନାଚ ଗୀତରେ ବୋହୁ ଆଡ଼ମ୍ବରରେ ହାଟପଦା ପର୍ଯ୍ୟନ୍ତ ପଦଯାତ୍ରା ସହ ହଜାର ହଜାର ବାଇକ୍ କାର ର ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଏହି ଅବସରରେ ଜିଲ୍ଲା ସଭାପତି ପ୍ରଦିପ ନାୟକ, ମହିଳା ସଭାନେତ୍ରୀ ପୂର୍ଣ୍ଣବାସି ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍ ବିଜୟ କୁମାର, କର୍ମୀ ଜି ଭେଙ୍କେଟା ରମନା ପ୍ରମୁଖ ଦଳୀୟ ପ୍ରାର୍ଥୀନୀ ଗୌତମୀ ଯାନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲି । କଂଗ୍ରେସ ଦଳ ତରଫରୁ ପୂର୍ବତନ ରାୟଗଡ଼ ସମିତି ସଭ୍ୟ ତଥା ବ୍ଲକ କଂଗେସ ଉପସଭାପତି ମଫିଏଲ ଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା କଂଗେସ ପ୍ରାର୍ଥୀନୀ ମହେଶ୍ୱରୀ ଦେବୀଙ୍କ ଗାଁ ଚମ୍ପାପୁର ଠାରୁ ବାହାରି ହାଟପଦା ପର୍ଯ୍ୟନ୍ତ ପଦଯାତ୍ରା କରି ପର୍ଥିନିଙ୍କ ନିମନ୍ତେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୃଷକ ସେଲର ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତି, କୋଷାଧ୍ୟକ୍ଷ ଅରୁଣ ମାଝୀ, ବିବେକା ନନ୍ଦ ଶବର ପ୍ରମୁଖ ଯୋଗ ଦେଇଥିଲା ବେଳେ ବିଯେପି ପକ୍ଷରୁ ରାୟଗଡାରେ ପୁର୍ବତନ ଅଧ୍ୟକ୍ଷ ନବକିଶୋର ଶବର ଓ ବିଶିଷ୍ଟ ସମାସେବୀ ଦେଓ ଅଚାରୀଙ୍କ ଅଧ୍ୟକ୍ଷତାରେ ବିଜେପି ରାଲି କଇଠପଦର ଠାରୁ ରାୟଗଡ଼ ପର୍ଯ୍ୟନ୍ତ ଶୋଭାଯାତ୍ରା ଆୟୋଜିତ କରିଥିବା ଦେଖିବାକୁ ମିଳିଥିଲା ।