ତିନୋଟି ପଞ୍ଚାୟତକୁ ସାନିଟାଇଜ୍ କଲା ଆଇଆରଇ, ମହିଳା କଲ୍ୟାଣ କେନ୍ଦ୍ର ପକ୍ଷରୁ ୫୦୦ ମାସ୍କ୍
ଛତ୍ରପୁର (ଓ୍ବାଇଏନ୍ଏସ୍) : ଭାରତୀୟ ବିରଳ ମୂର୍ତ୍ତିକା(ଆଇଆର୍ଇ) ପ୍ଲାଣ୍ଟ ପକ୍ଷରୁ ନିକଟସ୍ଥ ଗାଁକୁ ସାନିଟାଇଜ କରିବା ନିମନ୍ତେ ଏକ ବୈଠକରେ ସିଡିଏମ୍ ଏ.ଜେ.ଜନାର୍ଥନନ୍ ଓ ଡିଜିଏମ୍ ଗତିକୃଷ୍ଣ ନାୟକ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଆର୍ଯ୍ୟପଲ୍ଲୀ, କଣମଣା ଓ କାଳିପଲ୍ଲୀ ପଞ୍ଚାୟତକୁ ଆଇଆରଇର ୨ ଟି ଅଗ୍ନିଶମ ଟିମ୍ ସାନିଟାଇଜ କରିଥିଲେ । ଗତ ୧୦ ତାରିଖ ଠାରୁ ଧରି ତିନୋଟି ପଞ୍ଚାୟତ ସମସ୍ତ ଗାଁକୁ ଅଗ୍ନିଶମ କର୍ମଚାରୀଙ୍କ ଜରିଆରେ ବିଶୋଧନ ନିମନ୍ତେ ସିଞ୍ଚନ କରାଯାଇଛି । ସେହିପରି ସୋମବାର ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ, ପୁଲିସ ମେଡିକାଲ, ପୁଲିସ ବାରାକ, ଛତ୍ରପୁର ଏସଡିପିଓ ଅଫିସ ସମେତ ବହୁ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆଇଆରଇ କଂପାନୀର ଅଗ୍ନିଶମ କର୍ମଚାରୀଙ୍କ ଜରିଆରେ ବିଶୋଧନ ନିମନ୍ତେ ସିଞ୍ଚନ କରାଯାଇଛି । ଏହାକୁ ସିନିୟର ମ୍ୟାନଜର ପି.କେ.ରାଉତ ଏହାର ତଦାରଖ କରିଥିଲେ । ସେହିପରି ଆଇଆରଇଏଲ୍ ଦ୍ୱାରା ପରିଚାଳିତ ହେଉଥିବା ମହିଳା କଲ୍ୟାଣ କେନ୍ଦ୍ର ପକ୍ଷରୁ ଆଇଆରଇ ସିଜିଏମ୍ଙ୍କ ଧର୍ମପତ୍ନୀ ଏମ୍.ରାମଲକ୍ଷ୍ମୀଙ୍କ ପ୍ରତ୍୍ୟକ୍ଷ ତତ୍ତ୍ୱାବଧାନରେ ମହିଳା କଲ୍ୟାଣ ସଂଘ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୫୦୦ ମାସ୍କ୍ ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ଡିଜିଏମ୍ ଗତିକୃଷ୍ଣ ନାୟକ ଓ ସିନିୟର ମ୍ୟାନଜର ଶ୍ରୀ ରାଉତ ପ୍ରମୁଖ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ହସ୍ତାନ୍ତର କରିଥିଲେ । ମହିଳା କଲ୍ୟାଣ କେନ୍ଦ୍ର ପକ୍ଷରୁ ଲୋକଙ୍କ ସୁରକ୍ଷିତ ଓ କରୋନା ମୁକାବିଲା ପାଇଁ ସଚେତନତା ନେଇ ଆଇଆରଇଏଲ୍ର ସିଜିଏମ୍ ଶ୍ରୀ ଜନାର୍ଥନନ୍ ମହିଳା କଲ୍ୟାଣ କେନ୍ଦ୍ରର ସମସ୍ତ ସଦସ୍ୟାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାକୁ ଏଭଳି ସାନିଟାଇଜ କାର୍ଯ୍ୟ ସହ ଲୋକଙ୍କ ସୁବିଧା କ୍ଷେତ୍ରରେ କମ୍ପାନୀ ପକ୍ଷରୁ ଅନ୍ୟାନ୍ୟ ସମାଜିକ ସେବା କାର୍ଯ୍ୟ ଜାରି ରହିବ ବୋଲି ଆଇଆରଇର ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।


