ତିନୋଟି ପର୍ଯ୍ୟାୟରେ ହେବ କେନ୍ଦ୍ରାପଡା ବ୍ଲକର ଭୋଟ ଗଣନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅଧିନ ୨୭ଟି ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ, ସମିିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ହୋଇଥିବା ମତଦାନର ୩ଟି ପର୍ଯ୍ୟାୟରେ ଭୋଟ ଗଣନା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ବ୍ଲକରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖ ସକାଳ ୮ଟାରେ ୫ନମ୍ବର ଜୋନ ଅନ୍ତର୍ଗତ ଚାରିଗାଁ, ଢୋଲ, ଧୂମାତ, ଘାଗରା, ଇନ୍ଦୁପୁର, କୋରୋ, କୁତୁରଙ୍ଗ ଓ ନିକିରାଇ ପଞ୍ଚାୟତର ଭୋଟ ଗଣନା ଅନୁଷ୍ଠିତ ହେବ । ୨ୟ ପର୍ଯ୍ୟାୟରେ ଆସନ୍ତା ୨୭ ତାରିଖ ସକାଳ ୮ଟାରେ ୬ନମ୍ବର ଜୋନ ଅନ୍ତର୍ଗତ ଭାଗବତପୁର, ଭରତପୁର, ଚକ୍ରୋଡା, ଗୁଲନଗର, ଜମଧର ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଭୋଟ ଗଣନା ଅନୁଷ୍ଠିତ ହେବ । ୩ୟ ପର୍ଯ୍ୟାୟରେ ଆସନ୍ତା ୨୮ ତାରିଖ ସକାଳ ୮ଟାରେ ୭ନମ୍ବର ଜୋନ ଅନ୍ତର୍ଗତ ବାରୋ, ଚନ୍ଦନପୁର, ଗାଙ୍ଗପଡା, କେଶପୁର, ପଳସିଂହା ଓ ସାନମାଣତିଆ ପଞ୍ଚାୟତ ଏବଂ କେନ୍ଦ୍ରାପଡା ୮ନମ୍ବର ଜୋନ ଅନ୍ତର୍ଗତ ଆୟବା, ବଗଡା, କଳପଡା, କଂସାର, କପାଳେଶ୍ୱର, ଓସ୍ତପୁର ଏବଂ ପୁରୁଷୋତ୍ତମପୁର ପଞ୍ଚାୟତର ଭୋଟ ଗଣନା ଅନୁଷ୍ଠିତ ହେବ । ଭୋଟ ଗଣନା କେନ୍ଦ୍ର ମଧ୍ୟକୁ କୈାଣସି ସରକାରୀ କର୍ମଚାରୀ କିମ୍ବା ପ୍ରାର୍ଥୀଙ୍କ ଏଜେଣ୍ଟମାନେ ମୋବାଇଲ ଫୋନ, କ୍ୟାମେରା ଭଳି ବୈଦ୍ୟୁତିକ ସରଞ୍ଜାମ ନେଇ ପ୍ରବେଶ କରି ପାରିବେ ନାହିଁ ବୋଲି ବିଡିଓ ତଥା ନିର୍ବାଚନ ଅଧିକାରୀ କେନ୍ଦ୍ରାପଡା ସୂଚନା ଦେଇଛନ୍ତି ।


