ତିନୋଟି ମନ୍ତ୍ର ଉଚ୍ଚାରଣ କରି ତୁଳସୀ ପତ୍ର ଛିଣ୍ଡାଇଲେ ଲାଗେନି ଦୋଷ
ଧାର୍ମିକ ପୌରାଣିକ ଗ୍ରନ୍ଥଗୁଡିକରେ ତୁଳସୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପକ୍ଷୟ ହୁଏ ବୋଲି କୁହାଯାଏ । ସେହିପରି ତୁଳସୀଙ୍କୂ ପୂଜା କଲେ ମୋକ୍ଷ ମିଳେ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ହିଁ ନିହାତି ଜରୁରୀ ବୋଲି କୁହାଯାଏ । ତୁଳସୀ ପତ୍ରରେ ପୂଜା କଲେ ବ୍ରତ, ଯଜ୍ଞ, ଜପ, ହୋମ କରିବାର ପୂଣ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ବୋଲି କୁହାଯାଏ । କାରଣ ତୁଳସୀକୁ ଅତ୍ୟନ୍ତ ପବିତ୍ର ଭାବେ ଗଣନା କରାଯାଏ । କିନ୍ତୁ ଏହି ଦୋଷ କଟିବା ପାଇଁ ବି ଉପାୟ ଅଛି । କିଛି ମନ୍ତ୍ର ଅଛି ଯାହାକୁ ଜପ କରି ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ନାହିଁ । ଆସନ୍ତୁ ଜାଣିବା କ’ଣ ସେହି ମନ୍ତ୍ର:
ଓଁ ଶୁଭଦ୍ରାୟ ନମଃ
ଓଁ ସୁପ୍ରଭାୟ ନମଃ
ମାତସ୍ତୁଳସୀ ଗୋବିନ୍ଦ ହୃଦୟାନନ୍ଦ କାରିଣୀ ନାରାୟଣସ୍ୟ ପୂଜାର୍ଥ ଚିନୋମି ତ୍ୱାଂ ନମୋସ୍ତୁତେ ।


