ତିନୋଟି ସନ୍ତାନର ଜନନୀ ରାଜମିସ୍ତ୍ରୀ ସହ ଫେରାର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଅଞ୍ଚଳରେ ତିନୋଟି ସନ୍ତାନର ମହିଳା ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ଜଣାଯାଇଛି ଯେ ମହିଳାଙ୍କ ସ୍ବାମୀ ଜଣେ ରାଜମିସ୍ତ୍ରୀ। ତାଙ୍କର ତିନୋଟି ସନ୍ତାନ ଥିବା ବେଳେ ଛୁଆମାନେ ମଧ୍ୟ ବଡ ହେଲେଣି। ସେହି ଗ୍ରାମର ଅନ୍ୟ ଜଣେ ରାଜମିସ୍ତ୍ରୀ ଯାହାର ପତ୍ନୀ ବାହାରେ ରହୁଛନ୍ତି। ତାଙ୍କର ମଧ୍ୟ ଗୋଟିଏ ସନ୍ତାନ ଅଛି। ସେ ମହିଳାଙ୍କ ଘରକୁ ଯିବା ଆସିବା କରିବା ଭିତରେ ଉକ୍ତ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୬ଦିନ ତଳେ ମହିଳା ଜଣକ ତିନୋଟି ସନ୍ତାନଙ୍କ ସମ୍ପର୍କ କୁ କାଟି ଉକ୍ତ ଯୁବକ ସହିତ ଫେରାର ହୋଇଯାଇଛି। ଯାହାକି ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ଯାଇଛି।