ତିମି ଫେରାଇଲା ମୋବାଇଲ୍
ଏକ ବେଲୁଗା ପ୍ରଜାତିର ତିମିମାଛ ସମୁଦ୍ର ଭିତରେ ପଡ଼ିଯାଇଥିବା ଜଣେ ମହିଳାଙ୍କ ମୋବାଇଲ୍ ଫେରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମୋବାଇଲ୍ ଫେରାଇବା ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରକାଶ ଯେ, ଈଶା ନାମ୍ନୀ ଜଣେ ମହିଳା ହାମର୍ଫେଷ୍ଟ୍ ହାର୍ବର୍ରେ ଯାଇ ପହଞ୍ôଚଥିଲେ । ସେଠାରେ ବୋଟିଂ କରିବା ସମୟରେ ଈଶାଙ୍କ ମୋବାଇଲ୍ ଫୋନ୍ ପାଣିରେ ପଡ଼ିଯାଇଥିଲା । ଫୋନ୍ ପଡ଼ିବା ପରେ ନିଜ ସାଙ୍ଗମାନଙ୍କୁ ଫୋନ୍ ଆଣିବା କହିବା ପୂର୍ବରୁ ତିମି ମାଛଟି ସମୁଦ୍ର ଭିତରୁ ଈଶାଙ୍କ ମୋବାଇଲ୍ଟିକୁ ପାଟିରେ ଧରି ଆଣି ଉପରକୁ ଉଠିଥିଲା । ମୋବାଇଲ୍ଟି ଖରାପ ହୋଇଯାଇଥିଲେ ମଧ୍ୟ ତିମି ମାଛର ଏଭଳି କାମକୁ ପ୍ରଶଂସା କରିବା ସହ ଭିଡିଓ ତିିଆରି କରିଥିଲେ । ତାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ ତିମି ମାଛର କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି ।


