ତିମି ମାଛ ପେଟ ଥିଲା ୧୦୦ କିଲୋ ପ୍ଲାଷ୍ଟିକ୍

ସମ୍ପ୍ରତି ପ୍ଲାଷ୍ଟିକ୍‌ ବ୍ୟବହାରର ବହୁଳତା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ଲାଷ୍ଟିକ୍‌ ଯୋଗୁଁ ସମଗ୍ର ଜୀବଜଗତ ପ୍ରଭାବିତ।। ନିକଟରେ ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର ବିଚ୍‌ରୁ ଏହି ତିମି ମାଛଟିକୁ ମୃତ ଅବସ୍ଥାରେ ଧରାଯାଇଛି। ତିମି ମାଛ ପେଟରେ ଜାଲ, ପ୍ଲାଷ୍ଟିକ୍‌ କପ, ପ୍ଲାଷ୍ଟିକ ରଶି ଏବଂ ପ୍ଲାଷ୍ଟିକର ଅନ୍ୟସବୁ ସାମଗ୍ରୀ ଥିଲା। ମାଛ ପେଟରେ ଏହି ପ୍ଲାଷ୍ଟିକଗୁଡିକ ଏକ ବଲ୍‌ ଆକୃତି ଧାରଣ କରିଥିଲା। ଏହାର ଓଜନ ୧୦୦ କିଲୋ ବୋଲି ଜଣାପଡିଛି। ଅତ୍ୟଧିକ ପ୍ଲାଷ୍ଟିକ୍‌ ଖାଇଥିବା ଯୋଗୁ ମାଛଟିର ମୃତ୍ୟୁ ହୋଇଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ