ତିରିଂ ଥାନା ପକ୍ଷରୁ ଅନ୍ଧ ବିଶ୍ୱାସ ଦୁରିକରଣ ସଚେତନତା ରାଲି

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଆଦିବାସୀ ଅଂଚଳରେ ବିଭିନ୍ନ ସମୟରେ ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସ କୁ ଜାବୁଡି ଧରି ହତ୍ୟାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଂଚାୟତ ତିରିଂ ଥାନା ପକ୍ଷରୁ ଅନ୍ଧ ବିଶ୍ୱାସକୁ ଦୁରକରିବା ନିମନ୍ତେ ଗୁରୁବାର ଏକ ରାଲି ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧୁନା ସମୟରେ ବୈ ।ନିକ ମାନେ ରୋଗୀ ମାନଙ୍କ ପାଇଁ ମେଡିସିନ୍ ଦେବ ତୁଲ୍ୟ ତେଣୁ ଜ୍ୱର ଝାଡା ଆଦି ଦେଖାଦେଲେ ଗୁଣି ଗାରେଡି ଉପରେ ବିଶ୍ୱାସ ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ ରାଲି ମାଧ୍ୟମରେ ସଚେତନତା କରିଥିଲେ ।ରାଲିରେ ପଞ୍ଚାୟତ ଅଧିକାରୀ ପିଇଓ ମହନ ପାତ୍ର,ଜିଆରଏସ ବିନ୍ଦୁ ସୋରେନ,ନାଏବ ସରପଞ୍ଚ ଶ୍ରୀମତୀ ଅନିତା ମୁର୍ମୁ,ଓ୍ବାର୍ଡମେମ୍ବର ବିରସିଂ ହେମ୍ବ୍ରମ,ସିଲା ହେମ୍ବ୍ରମ ରାଲିରେ ଉପସ୍ଥିତ ରହିଥିଲାବେଳେ ତିରିଂଥାନା ହାବିଲଦାର ଶରତଚନ୍ଦ୍ର ଗିରି,କନେଷ୍ଟବଳ ଜୟରାମ ମାର୍ଣ୍ଡି,ସବ୍ୟସାଚି ମହାନ୍ତି,ଦୁଷ୍ମନ୍ତ କୁମାର ସେଠୀ,ସାଇବା ଟୁଡୁ,ଲକ୍ଷ୍ମୀମଣୀ ସିଂ,ଦେବକୀ ନାୟକ ପ୍ରମୁଖ ଦଳବଳ ସହ ଉପସ୍ଥିତ ରହି ରାଲି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ