ତିରିଂ’ ରେ ବିଜପିର ୨’ଦଦିବସୀୟ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଦୁଇ ଦିବସୀୟ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ତିରିଂ’ ମଣ୍ଡଳ ସଭାପତି ଜୟଶଙ୍କର ମହାନ୍ତ’ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂପାଦକ ନବୀନ କୁମାର ରାମ,ବରିଷ୍ଠ ବିଜେପି ନେତା ଛୋଟେଲାଲ ମହାନ୍ତ,ସଞ୍ଜିବ ମହାନ୍ତି,ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥି,ସୁନୀଲ କୁମାର ଦଣ୍ଡପାଟ,୨୦’ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ସୀମା କାଲୁଣ୍ଡିଆ ପ୍ରମୁଖ ପ୍ରଶିକ୍ଷଣ ଶିବିର ମଞ୍ଚରେ ମଞ୍ଚାସୀନ ହୋଇଥିଲାବେଳେ ଛୋଟେଲାଲ ମହାନ୍ତ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସେହିପରି ସମବାର ଦିନ ଦ୍ବିତୀୟ ଦିବସର ଉଦଯାପନୀ ଉତ୍ସବରେ ମୟୁରଭଞ୍ଜ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ଇଂ ବିଶେଶ୍ବର ଟୁଡୁ,ରାଇରଙ୍ଗପୁର ବିଧାୟକ ତଥା ପଶ୍ଚିମ ମୟୁରଭଞ୍ଜ ସଭାପତି ନବଚରଣ ମାଝୀ,ପୂର୍ବତନ ରାଜ୍ୟ ମୁଖପାତ୍ର ତଥା ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଜୀବନ ସାହୁ,ପଶ୍ଚିମ ମୟୁରଭଞ୍ଜ ସାଧାରଣ ସଂପାଦକ ଜୁରିଲାଲ ମହାନ୍ତ,ବିଧାୟକ ପ୍ରତିନିଧି ରାମରାୟ ହାଁସଦାଃ ପ୍ରମୁଖ ଶିବିରରେ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଦଳୀୟ କାର୍ଯକର୍ତ୍ତା,କର୍ମୀ ଓ ବିଜେପି ସମର୍ଥିତ ପଞ୍ଚାୟତ ସ୍ତରୀୟ ନୀର୍ବାଚିତ ଜନପ୍ରତିନିଧି ଏବଂ ମଣ୍ଡଳ ସ୍ତରୀୟ ବିଜେପି ନେତା ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।ମଞ୍ଚାସୀନ ଅତିଥି ମାନେ ଭାଜପା ର ଇତିହାସ,ବିଚାରଧାରା,ବିକାଶ ଏବଂ ଭାଜପା ଏବଂ ଆମର ଦାୟିତ୍ବ ଇଦ୍ୟାଦି ବିଷୟରେ ଅବଗତ କରିଥିଲେ।ଭାରତୀୟ ରାଜନୈତିକ ପରିବେଶରେ ତୀବ୍ର ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇ ସମୟକ୍ରମେ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇ ବର୍ତ୍ତମାନ ଭାଜପା ଦଳ ଭାରତୀୟ ରାଜନୀତିର ଶୀର୍ଷରେ ପହଞ୍ଚି ପାରିଛି।ଏହିପରି ଉତ୍ସାହ ବର୍ଦ୍ଧକ ଅଭିଭାଷଣରେ ଶିବିରାର୍ଥି ମାନଙ୍କୁ ଭାଜପାର ଆଦର୍ଶରେ ଅନୁପ୍ରାଣିତ ହୋଇ ସାଂଗଠନିକ କାର୍ଯ୍ୟ ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଭାଜପା ତିରିଂ’ ମଣ୍ଡଳ ସଭାପତି ତଥା ବର୍ଗ ପ୍ରମୁଖ ଜୟଶଙ୍କର ମହାନ୍ତ ଓ ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି’ଙ୍କ ତତ୍ବାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ମହାନ୍ତ,ତପନ କୁମାର ବେହେରା,ବାବଲୁ ଟୁଡୁ,ସୁବାଷ ବେହେରା,ମହେନ୍ଦ୍ରନାଥ ମହାନ୍ତ ଓ ଅରୁଣ କୁମାର ମହାନ୍ତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସାଂସଦ ପ୍ରତିନିଧି ଦଶରଥ ସିଂ ଧନ୍ୟବାଦ ଅର୍ପଣ କରି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ