ତିରୁଣାରେ ସେଛାକୃତ ରକ୍ତଦାନ ଓ ଅଙ୍ଗଦାନ ଶିବିର ଅନୁଷ୍ଠିତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ଓ କମନ ପିପୁଲ୍ ସୋସିଆଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ରବିବାର ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଶିବିରଟିକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସାହୁ, ସମାଜସେବୀ ବିଚିତ୍ର ପଣ୍ଡା, ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ, ବ୍ଳକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା, ତିରୁଣା ପଂଚାୟତ ପ୍ରାକ୍ତତ ସରପଂଚ ପ୍ରଫୁଲ ଲେଙ୍କା ଆଦି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ରାଜ୍ୟରେ ଯେପରି ରକ୍ତ ସଙ୍କଟ ଦେଖା ନଯାଏ ରକ୍ତ ଦାନ ଶିବିରର ଏହା ହେଉଛି ମୂଳ ଲକ୍ଷ୍ୟ । ରକ୍ତ ଦାନ ଏକ ମହତ ଦାନ । ଯେଉଁ ଆଗ୍ରହୀ ସ୍ୱେଚ୍ଛାସେବୀମାନେ ରକ୍ତ ଦାନ କରୁଛନ୍ତି ଓ ଆୟୋଜକ ମାନଙ୍କୁ ଅତିଥିମାନେ ସାଧୂବାଦ ଜଣାଇଥିଲେ । ରକ୍ତ ଦାନ ସହିତ ଉକ୍ତ ଶିବିରରେ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ନାମ ପଂଜୀକୃତ କରାଯାଇଥିଲା । ଏହି ଶିବରରେ ୯୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଅଙ୍ଗଦାନ କରିବା ପାଇଁ ୩୫ ଜଣ ନାମ ପଂଜିକରଣ କରିଥିବା ଜଣାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ରାଜେଶ କୁମାର ବେହୁରା, ସଂପାଦକ ବିକାଶ ପରିଡା, ଦେବୀଦତ ତ୍ରିପାଠୀ, ଶ୍ରୀକାନ୍ତ ସ୍ୱାଇଁ, ସଚ୍ଚିନ ବେହୁରା ଆଦି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ