ତିରୁଣା ପ୍ରାଥମିକ କୃଷି ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଉକ୍ତ ସମବାୟ ସମିତିର ସଭାପତି କମଳକାନ୍ତ ପରିଡା ଯୋଗ ଦେଇ ମଣ୍ଡିକୁ ଉଦଘାଟିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଂପାଦକ ରଂଜନ କୁମାର ବେହେରା, ଗ୍ରାମ୍ୟ କୃଷି ସେବକ ବିଧାନ ପରିଜା, ସମିତିର କର୍ମଚାରୀ ସୋବନୀ ମଲ୍ଲିକ, ସମିତିର ସଦସ୍ୟ କୃତିବାସ ଶାସମଲ, ମିହିର ସାହୁ, ବ୍ରଜବନ୍ଧୁ ବେହୁରା, ପ୍ରମୋଦ କୁମାର ସାହୁ, ଦିଲ୍ଲିପ କୁମାର ଜେନା ଆଦି ଉପସ୍ଥିତ ଥିଲେ । ଉକ୍ତ ସମିତିରେ ଚଳିତ ବର୍ଷ ଧାନ ବିକ୍ରୟ କରିବା ପାଇଁ ୪୧୧ଜଣ ଚାଷୀ ନାମ ପଂଜୀକୃତ କରିଥିବା ବେଳେ ପ୍ରଥମ ଦିନରେ ୨୪ ଜଣ ଚାଷୀ ଧାନ ବିକ୍ରୟ କରିବେ ବୋଲି ସଂପାଦକ ରଂଜନ ବେହେରା ସୂଚନା ଦେଇଛନ୍ତି ।


