ତିରୁଣା-ବାଲିକୁଦାର ମୁଖ୍ୟରାସ୍ତା ପାଶ୍ୱର୍ରେ ବିଦ୍ୟୁତ ସେବା ବିଦ୍ୟୁତ ତାର ପାଇଁ ବାଉଁଶ ଖୁଂଟ ଭରସା
ନାଉଗାଁ,(ଓ୍ବାଇଏନ୍ଏସ୍): ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ଟାଟା କମ୍ପାନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି କମ୍ପାନୀରେ ସେସୁ ସଂସ୍ଥାର ସମସ୍ତ କର୍ମଚାରୀ ସହିତ ଏଂଜେନ ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଜନସାଧାରଣ ଯେପରି ବିଦ୍ୟୁତ ସେବାରୁ ବଂଚିତ ନ ହେବେ ଏଥିପ୍ରତି ସଜାଗ ରହିବାକୁ କମ୍ପାନୀ ପକ୍ଷରୁ ନିଯୋଜିତ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଛି । ଫଳରେ ପ୍ରତିଦିନ ଏଚଟି ଲାଇନି ସହିତ ଏଲଟି ଲାଇନି କାର୍ଯ୍ୟ କରାଯାଉଛି । ଯଦି କୌଣସି ତାର ଉପରେ ଗଛଲତା ପଡି ରହିଛି ତାକୁ ମଧ୍ୟ ସଫା କରାଯାଉଥିବା ଦେଖାଯାଉଛି । ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ଚାରିଛକ ଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ବାଉଁଶ ଖୁଣ୍ଡ ଉପରେ ଖୋଲା ବିଦ୍ୟୁତ ତାର ବନ୍ଧା ହୋଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯାତାୟତ କରୁଥିବା ବେଳେ ତିରୁଣା, ଦହିପାଳ ଆଦି ଗ୍ରାମର ଶତାଧିକ ଛାତ୍ରଛାତ୍ରୀମାନେ ତିରୁଣା ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟକୁ ଯାତାୟତ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିରୁଣା ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ୁଖରେ ଏହି ଲାଇନ ତାର ବନ୍ଧା ହୋଇଯାଇଛି । ଏବେ ସମିତି ପକ୍ଷରୁ ଧାନମଣ୍ଡି ଚାଲୁ ରହିଥିବାରୁ ଧାନ ବୋଝେଇ ଗାଡି ଖୋଲା ତାର ତଳେ ରହୁଥିବା ଦେଖିବାକୁ ମିଳୁଛି । ଯଦି ଖୋଲା ତାର ଧାନ ବୋଝେଇ ଗାଡି ସଂସ୍ପର୍ଶରେ ଆସେ କ’ଣ ଅଘଟଣ ଘଟିବ କିଛି କହି ହେବ ନାହିଁ । ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ତିରୁଣା ପଂଚାୟତ ପୂର୍ବତନ ସରପଂଚ ବିମ୍ବାଧର ପରିଡା, ସେବା ସମବାୟ ସମିତିର ପରିଚାଳନା ସଦସ୍ୟ ପ୍ରଦିପ୍ତ ସ୍ୱାଇଁ |


