ତିରୁପତି ପ୍ରସ୍ତୁତ କେନ୍ଦ୍ରରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ
ତିରୁପତିର ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରର ବୁନ୍ଦି ଓ ଲଡୁ ପ୍ରସ୍ତୁୁତ କେନ୍ଦ୍ରରେ ରବିବାର ଅପରାହ୍ନରେ ଅଗ୍ନକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି । ରୋଷେଇ ଶାଳାରେ କୈାଣସି କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ଧରାପଡିନାହିଁ ।ରୋଷେଇ ଘରେ ଥିବା ଘିଅ ଓ ବିଭିନ୍ନ ସାମଗ୍ରୀ ଜାଳିପୋଡି ପାଉଁଶ ହୋଇଯାଇଛି । ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଲଡ୍ଡୁ ପ୍ରସ୍ତୁତ କେନ୍ଦ୍ରରେ ଉପରି ଭାଗରେ ପ୍ରବଳ ଉତପ୍ତ ହୋଇରହିଥାଏ କିନ୍ତୁୁ କୈାଣସି କାରଣରୁ ରୋଷେୟା ଘରେ ଥିବା ଘିଅକୁ ଧରିଥିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।


