ତିରୁପତି ମନ୍ଦିରରେ ମୋଦି

ହାଇଦ୍ରାବାଦ୍(ଏଜେନ୍ସି): ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ ଏକ ସର୍ବସାଧାରଣ ବୈଠକକୁ ସମ୍ବୋଧନ କରି ନିଜର ଅଭିଭାଷଣ ରଖିଥିଲେ । ମୋଦି କହିଥିଲେ, ବିଜେପି କେବଳ ନିର୍ବାଚନ ଜିତିନାହିଁ ବରଂ ଦେଶବାସୀଙ୍କ ସୁଖ ଦୁଃଖକୁ ନିଜର ଭାବି କାମ କରିବାକୁ ପ୍ରତିଜ୍ଞା କରିଛି । ଭବ୍ୟ ଭାରତ ନିର୍ମାଣ କରିବାକୁ ବିଜେପି ପ୍ରତିଶ୍ରୁତି ବଦ୍ଧ । ଆନ୍ଧ୍ରପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନମୋହନ ରେ‡ିଙ୍କୁ ତାଙ୍କର ବିଜୟ ପାଇଁ ମୋଦି ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ