ତିର୍ତୋଲ ରେ ବିଜୟର ମୁକୁଟ ପିନ୍ଧିବେ କି ‘ବିଜୟ’
ତିର୍ତୋଲ,(ଅଭିଷେକ ତ୍ରିପାଠୀ ): ତିର୍ତୋଲ ଉପନିର୍ବାଚନ ବିଗୁଲ ବାଜିବା ପରେ ତିର୍ତୋଲ ନିର୍ବାଚନମଣ୍ଡଳୀ ର ରାଜନୀତି ସରଗରମ ହୋଇଛି l ବୈଠକ ପରେ ବୈଠକ ,ନେତା,ମନ୍ତ୍ରୀ କୋଳାକୋଳି ତାରି ମଧ୍ୟରେ କର୍ମୀ କିନ୍ତୁ ରାଜନୀତି ର ରହସ୍ୟ ବୁଝି ପାରୁନାହାନ୍ତି l ବର୍ଷିଆନ ବରିଷ୍ଠ ଦିବଂଗତ ବିଜେଡି ନେତା ବିଷ୍ଣୁ ଚରଣ ଦାସ ଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା ବେଳେ ପ୍ରଥମେ ବିରିଡି,ରଘୁନାଥପୁର ଓ ପରେ ତିର୍ତୋଲ ରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଜଗତସିଂହପୁର ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ,ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ (ଋଷି ) ପ୍ରମୁଖ ଯୋଗ ଦେଇଥିଲେ l ତିର୍ତୋଲ ମୁନିଗୋସେଇଁ ମଠ ସଭା ଆରମ୍ଭରୁ ବିଜେଡି ର ବ୍ଲକ ସଭାପତି କିଏ ବୋଲି ବିଜେଡି ର ଏକ ଗୋଷ୍ଠୀ ଦେବାଶିଷ ସାମନ୍ତରାୟ ଙ୍କୁ ପ୍ରଶ୍ନ କରିଥିଲା ବେଳେ ଅନ୍ୟ ଏକ ଗୋଷ୍ଠୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଙ୍କ ଉତ୍ତର ରେ ଗଙ୍ଗାଧର ବିଶ୍ୱାଳ ଙ୍କ ନାମ ପ୍ରକାଶ କରିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ ଓ ଧସ୍ତାଧସ୍ତି l ସେଠାରୁ ପ୍ରମାଣ ହୋଇଥିଲା ତିର୍ତୋଲ ବିଜେଡି ଦୁଇଫାଳ l ବିଜେଡି ର ଆଶାୟୀ ପ୍ରାର୍ଥୀ ଙ୍କୁ ନେଇ ଯୁବ ନେତା ବିଜୟ ଶଙ୍କର ଦାସଙ୍କ ନାମ କର୍ମୀ ମାନଙ୍କ ମହଲରେ ଉତ୍ସାହ ଭରି ଦେଉଥିବା ବେଳକୁ ଚକ୍ରାନ୍ତ ନେତାଙ୍କ ଇଙ୍ଗିତରେ ତିର୍ତୋଲ ବିଜେଡି ଆସନକୁ ଟେକି ଦେବାର ଯୋଜନା କରାଯାଉଛି ବୋଲି ଜନସାଧାରଣ ମତପ୍ରକାଶ କରୁଛନ୍ତି l ଏଠି ପ୍ରଶ୍ନ ଉଠୁଛି ଯଦି ସଭିଏଁ କହୁଛନ୍ତି ଆମେ ଦଳର ଶୃଙ୍ଖଳିତ କର୍ମୀ ଓ ହାଇକମାଣ୍ଡ ଙ୍କ ନିର୍ଦେଶ କୁ ସମ୍ମାନ ଜଣାଉଛୁ , ତେବେ ଦୀର୍ଘ ଦିନ ଧରି ଲାଗିରହିଥିବା ସଭାପତି ବିବାଦ ମୁଣ୍ଡ ଟେକୁଛି କିହିଁକି ? ପୂର୍ବତନ ବ୍ଲକ ସଭାପତି ତଥା ବିସନପୁର ସରପଞ୍ଚ ତଥା ବରିଷ୍ଠ ବିଜେଡି ସଂଗଠକ ବସନ୍ତ କୁମାର ମହାପାତ୍ର ନିଜର ଅକ୍ଲାନ୍ତ ପରିଶ୍ରମ ରେ ବିଜେଡି ସଂଗଠନ କୁ ମଜବୁତ କରୁଥିଲା ବେଳେ ଏଠି ବିଜେଡି ର ପ୍ରତ୍ୟେକ ସଭାରେ ପାତର ଅନ୍ତର କରାଯାଉଥିବା କର୍ମୀ ମାନେ ଅଭିଯୋଗ ଆଣୁଥିବା ବେଳେ ବସନ୍ତ ମହାପାତ୍ର କିନ୍ତୁ ନିଜର କାର୍ଯ୍ୟ ଶୈଳୀ ଦଳ ପାଇଁ ଗୁରୁତ୍ୱ ଓ ସାଧାରଣ ଲୋକଙ୍କ ସେବାକରି ତିର୍ତୋଲ ବାସୀଙ୍କ ବିଶ୍ୱାସ ଭାଜନ ହେଉଛନ୍ତି l ବର୍ତମାନ ର ଯୁବ ନେତା ବିଜୟ ଶଙ୍କରଙ୍କୁ ବିଜୟ ର ମୁକୁଟ ପିନ୍ଧାଇବା ପାଇଁ ତିର୍ତୋଲ ବାସୀ ଚାଁହୁ ଥିଲା ବେଳେ ତାଙ୍କର କାର୍ଯ୍ୟ କରିବାର ଦକ୍ଷତା ଓ କର୍ମୀ ମାନଙ୍କ ପାଇଁ ଅତ୍ମୀୟତା ଆଦି ପାଇଁ ବିଜୟ ଦିନେ ତିର୍ତୋଲ ମାଟିରେ ଉପନିର୍ବାଚନ ରେ ବିଜୟ ହେବେ ବୋଲି ସାଧାରଣ ରେ ଚର୍ଚ୍ଚl ଜୋର ଧରିଛି |


