ତିର୍ତ୍ତୋଲ ନିର୍ବାଚନୀ ମୈଦାନ ଫିକା ପଡ଼ିଛି କଂଗ୍ରେସ, ବିଜେପିର ପ୍ରଚାର

ତିର୍ତ୍ତୋଲ(ଜୁଗାବ୍ଦ ନ୍ୟୁଜ୍‍): ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ୍କୁ ନେଇ ଗଠନ ହୋଇଥିବା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଏବେ କଂଗ୍ରେସ, ବିଜେପିର ପ୍ରଚାର ଫିକା ପଡ଼ି ଯାଇଛି । ବିଜେଡି ପକ୍ଷରୁ ବରିଷ୍ଠ ନେତା ବିଷ୍ଣୁ ଦାସ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ, ବିଜେପିର ଗତ ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ଚିଳତ ନିର୍ବାଚନରେ ଦଳ ପକ୍ଷରୁ ପୁନରାୟ ପ୍ରାର୍ଥୀ କରାଇଛି । କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ କରାଯାଇଥିବା ବିଭୁ ପ୍ରସାଦ ତରାଇ ଟିକେଟ୍ ଫେରସ୍ତ କରି ବିଜେପିରେ ଯୋଗ ଦାନ କରି ଦଳ ପକ୍ଷରୁ ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ବେଳେ କଂଗ୍ରେସର ଦେବୀ ପ୍ରସନ୍ନ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ତାରିଖରେ ତିର୍ତ୍ତୋଲରେ ନିର୍ବାଚନ ହେବାକୁ ଆଉ ମାତ୍ର ୮ ଦିନ ବାକି । ହେଲେ ପ୍ରଚାରରେ ଫିକା ପଡ଼ିଛି ନିର୍ବାଚନୀ ମଇଦାନ । କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଶ୍ରୀଯୁକ୍ତ ମଲ୍ଲିକ ତିର୍ତ୍ତୋଲ ବାସୀଙ୍କ ପାଇଁ ନୁଆ ମୁହଁ ହୋଇଥିବା ବେଳେ ଟିକେଟ୍ ଘୋଷଣା ପରଠାରୁ ଅଦ୍ୟାବଧି ତିର୍ତ୍ତୋଲ ଅଞ୍ଚଳରେ ତାଙ୍କର ପାଦ ପଡ଼ିନି । ଅପରପକ୍ଷରେ ଶ୍ରୀ ମଲ୍ଲିକ ଭଉଣୀ ପ୍ରତିମା ମଲ୍ଲିକଙ୍କୁ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ କରାଇଛି । ଭାଇ-ଭଉଣୀ ଦୁଇଜଣଙ୍କୁ ତିର୍ତ୍ତୋଲ ଅଞ୍ଚଳରେ ଅଦ୍ୟାବଧି ସାଧାରଣ ଭୋଟର୍ ଦେଖିବାକୁ ପାଉନାହାନ୍ତି । ସେପେଟ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ବିଜେପିର ଗୋଟିଏ ଗୋଷ୍ଠୀ ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି । ଏମିତିକି ଶ୍ରୀ ଭୋଇଙ୍କ ଟିକେଟ୍ ଘୋଷଣା ପରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଅଦ୍ୟାବଧି ଏହି ଅସନ୍ତୋଷ ଗୋଷ୍ଠୀଙ୍କୁ ମନାଇବାରେ ସେ ସଫଳ ହୋଇପାରିନଥିବା ବେଳେ ସାଧାରଣ ଭୋଟର୍ଙ୍କୁ କିଭଳି ମନାଇବେ ବୋଲି ପ୍ରଶ୍ନ ଉଠୁଛି । ଅଦ୍ୟାବଧି କଂଗ୍ରେସ ଓ ବିଜେପି ପକ୍ଷରୁ ସେଭଳି ଆଖି ଦୃଷ୍ଟିଆ ପ୍ର·ର ପ୍ରସାର ହେଉନଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ବିଜେଡି ପକ୍ଷରୁ ସାଂସଦ ପ୍ରାର୍ଥୀ ସାଜିଥିବା ଡା. ରାଜମଲ୍ଲିକଙ୍କ ଘର ତିର୍ତ୍ତୋଲରେ ହୋଇଥିବାରୁ ପ୍ରତ୍ୟେକ ମୁହୁର୍ତ୍ତରେ ସେ ତାଙ୍କର କର୍ମୀ ଓ ସମର୍ଥକଙ୍କ ସହିତ ସିଧା ସଳଖ ଯୋଗାଯୋଗ ରଖି ନିଜ ସପକ୍ଷରେ ଓ ବିଧାୟକ ପ୍ରାର୍ଥୀ ସାଜିଥିବା ବିଷ୍ଣୁ ଦାସଙ୍କ ସପକ୍ଷରେ ଜନମତକୁ ଆପଣାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳରେ ବିଜେଡ଼ିର ଦୁଇଟି ଗୋଷ୍ଠି କାର୍ଯ୍ୟ କରୁଥିବା ବେଳେ ରାଜଶ୍ରୀଙ୍କ ପକ୍ଷରୁ ବିଷ୍ଣୁ ଦାସଙ୍କ ପ୍ରତି ନରମ ଭାବ ପୋଷଣ କରିବା ସହିତ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀ ଦାସ, ସାଂସଦ ପ୍ରାର୍ଥୀନୀ ଡା. ମଲ୍ଲିକଙ୍କୁ ଭୋଟ ଦେବା ପାଇଁ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ