ତିର୍ତ୍ତୋଲ ଉପନିର୍ବାଚନରେ ଚର୍ଚ୍ଚିତ ଚେହେରା ସୋରଡ଼ାର ବିଧାୟକ ´ପୂର୍ଣ୍ଣଚନ୍ଦ୍ର` ସ୍ୱାଇଁ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ସବୁ ରାଜନୈତିକ ସମୀକ୍ଷା ର ପୂର୍ଣ୍ଣଛେଦ ପକାଇ ବିଜୁଜନତା ଦଳର ଦିବଗନ୍ତ ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ନିର୍ବାଚନ ମଇଦାନକୁ ଓଲ୍ହାଇ ପ୍ରତିଦ୍ୱନ୍ଦୀ ଙ୍କୁ ପଛରେ ପକାଇ ବିପୁଳ ଭୋଟ ରେ ବିଜୟୀ ବାନା ଉଡ଼ାଇଥିବା ବେଳେ |ତେବେ ଯେଉଁ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଗୋଟିଚଳାଇ ବିଯୁଜନତା ଦଳର ଭୋଟ ହାରକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛନ୍ତି |ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ନାମ ଓ କାମକୁ ନେଇ ଚର୍ଚ୍ଚା ସେ ହେଲେ ସୋରଡ଼ା ର ବର୍ଷିଆନ ନେତା ତଥା ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସେ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ପଟିଲୋ, କନକପୁର, ମୂଳିସିଂ, ଆଦି ପଞ୍ଚାୟତ ରେ ଦଳର ସୁପ୍ରିମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କର୍ମେ ପର୍ଯ୍ୟବେକକ୍ଷ ଭାବରେ ଦାୟିତ୍ୱ ନେଇଥିଲେ |ତାଙ୍କର କାର୍ଯ୍ୟ କରିବା ଶୈଳୀ ଓ ସଂଗଠନ କରିବାର ପରାକାଷ୍ଠା ଓ ଟିମ ନେଇକରି ଏହି ପଞ୍ଚାୟତ ଗୁଡିକରେ ଦଳର ନିର୍ବାଚନ ପ୍ରଚାର ପ୍ରସାର ଓ ଏକସୂତ୍ରରେ ଦଳକୁ ସମର୍ଥନ କରିବା ଉଦେଶ୍ୟରେ ସେ ତାଙ୍କର କାର୍ଯ୍ୟ କରିଥିଲେ |ପରେ ନିର୍ବାଚନ ଫଳାଫଳ ରେ ସେ ଦାଇତ୍ୱ ନେଇଥିବା ପଞ୍ଚାୟତ ଗୁଡିକ ବିଯୁଜନତା ଦଳ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଥିଲା |କିନ୍ତୁ ଖୁବ କମ ଦିନ ମଧ୍ୟରେ ସେ ବହୁ ପଞ୍ଚାୟତ ବାସୀଙ୍କ ନିକଟ ତର ହୋଇ ଲୋକଙ୍କ ସମସ୍ୟାଗୁଡ଼ିକ ବୁଝିଥିଲେ ଓ ପର ପର୍ଯ୍ୟୟ ରେ ସେ ଜଗତସିଂହପୁର ଜିଲ୍ଲାର ସଭାପତି ଙ୍କୁ କହି ତାହାର ସମାଧାନ କରିବେବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ବିଶ୍ୱାସର ପାତ୍ର ହୋଇଥିଲେ ତେବେ ନିର୍ବାଚନ ସରିଯାଇଛି ସତ ଏବେ କିନ୍ତୁ ତାଙ୍କ ନାମକୁ ନେଇ ତିର୍ତ୍ତୋଲ ଅଞ୍ଚଳ ଯୁବା ଠୁ ବୃଦ୍ଧ ଚା, ଖଟିରେ ଚର୍ଚ୍ଚା ଚାଲିଛି ଅନ୍ୟ ପକ୍ଷରେ ବୁଧବାର ଦିନ ଆୟୋଜିତ ଧନ୍ୟବାଦ ସଭାରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଭୋଟର ମାନଙ୍କୁ ଧନ୍ୟବାଦ ଦେବାସହ ନିଜର ଅଭିଭାଷଣ ରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ତିର୍ତ୍ତୋଲ ର ନୂତନ ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପର୍ଯ୍ୟାବେକ୍ଷକ ଦେବାଶିଷ ସାମନ୍ତରାୟ, ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁସବ୍ୟସାଚୀ ନାୟକ, ଅତାବିରା ବିଧାୟିକା ସ୍ନେହାଗିନୀ ଛୁରିଆ ସମେତ ଅନେକ ନେତା ଓ କର୍ମୀ ଯୋଗଦେଇଥିଲେ ଶେଷରେ ତିର୍ତ୍ତୋଲ କୁ ଉନ୍ନତି କରଣ ରେ ସମସ୍ତେ ଆଗେଇ ନେବେ ବୋଲି ମତ ପ୍ରକାଶ କରିଥିଲେ |