ତିର୍ତ୍ତୋଲ ଉପନିର୍ବାଚନରେ ନିର୍ଵାଚନ ଲଢ଼ବେ ସିପିଆଇ ନେତା ବିଜୟ କୁମାର ଭୋଇ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ):ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ରେ କମ୍ୟୁନିଷ୍ଟ ଦଳର ଜଣେ ଟାଣୁଆ ନେତା ଓ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ବିଜୟ କୁମାର ଭୋଇ ଙ୍କୁ ଦଳ ପକ୍ଷରୁ ପ୍ରାଥୀ କରିବାକୁ ସ୍ଥିର କରାଯାଇଥିବା କଥା ସିପିଆଇ ଦଳର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଏକ ସାମ୍ବାଦିକ ସମିଳନୀରେ  ଘୋଷଣା କରିଛନ୍ତି | ଏହା ସହ ସାଧାରଣ ଲୋକଙ୍କ ସମସ୍ୟା ସହ ଜଡିତ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ନୀତିକୁ ସିପିଆଇ ଦଳ ମୁଖ୍ୟ ମୁଦ୍ଦା ନେଇ ଉପନିର୍ବାଚନ ମୈଦାନ କୁ ଓଲ୍ହାଇବ | ଅନ୍ୟପକ୍ଷରେ କହିବାକୁଗଲେ ବିଜୟ କୁମାର ଭୋଇ ଜଗତସିଂହପୁର ଜିଲ୍ଲା ସିପିଆଇ ଦଳର ସହ -ସମ୍ପାଦକ ତଥା ବିରିଡି ବ୍ଲକ ଜୋନ କମିଟି ସମ୍ପାଦକ ଭାବେ କାର୍ଯ୍ୟକରି ଆସୁଛନ୍ତି |ସମାଜସେବାରେ ଜଡିତ ଥିବା ବିଜୟ କୁମାର ଛାତ୍ର ଜୀବନୀରୁ କମ୍ୟୁନିଷ୍ଟ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏସ ଭି ଏମ କଲେଜ ରୁ ୧୯୯୭ମସିହା ରେ ଅଧୟନ ସମୟରୁ ଜାତି ବର୍ଣ୍ଣ ଭେଦଭାବ ନ ଥିବା ଏମିତି ଏକ ରାଜନୈତିକ ଦଳ ର ସଦସ୍ୟ ହେବା ଓ ସହ ସମ୍ପାଦକ ପଦବୀ ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ କାର୍ଯ୍ୟ କରିଆସୁଛନ୍ତି. ଦଳ ପକ୍ଷରୁ ତାଙ୍କର ନାମ ଘୋଷଣା ନେଇ ସେ ଦଳର ସମସ୍ତ ନେତୃବୁନ୍ଦ ମାନଂକୁ କୃତଜ୍ଞତା ଜ୍ଞାପନ କରିଛନ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ