ତିର୍ତ୍ତୋଲ ଏବଂ ରାହାମାରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):କଟକ-ପାରାଦୀପ ରାସ୍ତାର ତିର୍ତ୍ତୋଲ ଲକ ବଜାର,ରାହାମା ତାଳପଡା ଛକ ଓ ମଣିଜଙ୍ଗା ବଜାର ଠାରେ କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ଦେବ ଯୁବରାଜ କାର୍ତ୍ତିକେୟ ଙ୍କ ପୂଜା ଆରମ୍ଭ ହୋଇଛି।ମଣିଜଙ୍ଗା କାର୍ତ୍ତକୀକେଶ୍ୱର ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୫୭ତମ ପୂଜା ପାଳିତ ହେଉଛି।ଏହି ଅବସରରେ ପ୍ରତେକ ସନ୍ଧ୍ୟାରେ ଭଜନ କୀର୍ତ୍ତନ,ମେଲୋଡି,ଡ୍ୟାନ୍ସ ଧମାକା,୧୬ତାରିଖରେ ଠାକୁରଙ୍କୁ ନବବସ୍ତ୍ର ପ୍ରଦାନ କରି ପଢୁଆ କରାଯିବ,ମା କେନ୍ଦୁଲାଇ ଡ୍ରାମା କ୍ଲବପକ୍ଷରୁ ନାଟକ ଭୁଲ କାହାର ଭୋଗୁଛି କିଏ ମାଞ୍ଚସ୍ତ କରାଯିବ ଓ ୨୦ତାରିଖରେ ଭାଷାଣି ଉତ୍ସଵ ପାଳିତ ହେବ ବୋଲି କମିଟିର ସଭାପତି ତନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି।ଏହି କର୍ଯ୍ୟକ୍ରମ କୁ ସମ୍ପାଦକ ଭାବଗ୍ରାହୀ ସାହୁ, କୋଷଧକ୍ଷ ତପନ ଖୁଣ୍ଟିଆ ଓ କମିଟିର ଅନ୍ୟ ସଦସ୍ୟ ମାନେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ