ତିର୍ତ୍ତୋଲ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ କୋଟ ପରିସର ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ମାନ୍ୟବର ସିଭିଲ ଜଜ୍ (ଜୁନିୟର)ତଥା ଜେ.ଏମ.ଏଫ.ସି. ଶୁଶାନ୍ତ କୁମାର ନାୟକ ସମ୍ବିଧାନ ପାଠ କରିଥିଲେ। ତିର୍ତ୍ତୋଲ ଓକିଲ ସଂଘର ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ,କୋଟ ଓ ପୋଲିସ କର୍ମଚାରୀ ସମ୍ବିଧାନ ପାଠରେ ଅଂଶଗ୍ରହଣ କରିଥିଲେ।୧୯୪୯ମସିହା ନଭେମ୍ବର୨୬ରେ ଭାରତୀୟ ସମ୍ବିଧାନ କୁ ପ୍ରଥମକରୀ ଦିଲ୍ଲୀର ସମ୍ବିଧାନ ସଭାରେ ଉପସ୍ଥାପନା କରାଯାଇଥିଲା।ସାରା ଭାରତବର୍ଷରେ ଏହି ସ୍ମରଣୀୟ ଦିବସ ପାଳନ ଅବସରେ ତିର୍ତ୍ତୋଲ କୋଟ ପରିସରରେ ସିଭିଲଜଜଙ୍କ ସମେତ ତିର୍ତ୍ତୋଲ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ରାୟ,ଉପ-ସଭାପତି ଟୁକନ ଚରଣ ସେଠୀ,ସଂପାଦକ ସରୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ,ବରେନ ମଲ୍ଲୀକ, ନାରାୟଣ ମହାନ୍ତି, ଆହ୍ଲାଦ ପରିଜା ,ସୁଧିର ଚନ୍ଦ୍ର ଖୁଣ୍ଟିଆ, ତ୍ରିଲୋଚନ ବେହେରା, ଗଜେନ୍ଦ୍ର କୁମାର ବିଶ୍ୱାଳ, ଗୋଲେଖ ଚନ୍ଦ୍ର ବେହେରା,ଶୁଭେନ୍ଦୁ ରାୟ, ଗୋବିନ୍ଦଚନ୍ଦ୍ର ସ୍ୱାଇଁ,ବିଷ୍ଣ ଚରଣ ମାଝି,ବିନୟ ସ୍ୱାଇଁ,ପ୍ରିୟବ୍ରତ ଗୋସ୍ୱାମୀ, ସରକାରୀ ଓକିଲ ପ୍ରଭାତ ରଂଜନ ପଲାଉର, ଅଜୟ ଦାସ,ଶାରଦା ପ୍ରଶନ୍ନ ଚୌଧୁରୀ ପ୍ରମୁଖରେ ଯୋଗଦେଇ ସମ୍ବିଧାନ ପାଠ କରିଥିଲେ।ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।


