ତିର୍ତ୍ତୋଲ ଛାତ୍ର ବିଜେଡ଼ି ତରଫରୁ ଜିଲ୍ଲା ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ସୋମବାର ଘୋଷଣା ହୋଇଥିବା ବିଜୁ ଛାତ୍ର ଜନତା ଦଳର ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ପୁନର୍ବାର ଇ° ସମିତ କୁମାର ଲେଙ୍କା ମନୋନୀତ ହୋଇଛନ୍ତି । ମଙ୍ଗଳବାର ଦିନ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କରଙ୍କ ନେତୃତ୍ୱରେ ଛାତ୍ର ବିଜେଡ଼ି ତରଫରୁ ଇ° ଲେଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି କାଳନ୍ଦି ଦାଶ, ଯୁବ ସମାଜସେବୀ ନିହାର ମହାନ୍ତି( ଚିନୁ), ପ୍ରଶାନ୍ତ ସେଠୀ, ବ୍ଲକ ଛାତ୍ର ବିଜେଡ଼ି ସାମାଜିକ ଗଣମାଧ୍ୟମ ସଂଯୋଜକ ବିଶ୍ଵଜିତ ମହାନ୍ତି, ଛାତ୍ର ନେତା ଦିବ୍ୟଜୀବନ ଦାଶ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ ।


