ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ଥରିୟ ଗରିବ କଲ୍ୟାଣ ସମ୍ମଳନୀ ଅନୁଷ୍ଠିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ) :-ତାରପୁର ସ୍ଥିତ ନାରାୟଣୀ ମନ୍ଦୀର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଅଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟି ନେତା ରାଜ କିଶୋର ବେହୋରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଓ ରାଜ୍ୟ ଅନୁସୁଚିତ ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଭାଜପା ନେତା ବିଜୟ କୁମାର ଦାଶ . ଜିଲ୍ଲା ସାଧାରଣ ସଂପାଦକ ସୁବାସ ଚନ୍ଦ୍ର ଜେନା ,ଅନୁସୁଚିତ ଜାତି ନେତା ବାମଦେବ ମଲ୍ଲିକ ମଞ୍ଚରେ ଉପସ୍ଥିତ ଥିଲେ । କେନ୍ଦ୍ରରେ ମୋଦି ସରକାରଙ୍କର ଗରିବ କଲ୍ୟାଣ ଯୋଜନା ସମ୍ଭନ୍ଧରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ଭାଜପା ନେତା ପ୍ରମୋଦ ପ୍ରଧାନ, ମନୋରଂଜନ ଦାଶ , ଭାଗବତ ସାହୁ । ପ୍ରମୋଦ କୁମାର ଜେନା, ପ୍ରକାଶ ପାତ୍ର, ଅଭୟ ଦାସ, ଜ୍ୟୋତି ରଂଜନ ସାହୁ ‘ବିରିଡି ବ୍ଳକ ସୁଦର୍ଶନ ପଣ୍ଡା, ଗିତା ଞ୍ଜଳୀ ସାହୁ, ଗୋପକୃଷ୍ଣ ପରିଜା . ରଘୁନାଥପୁର ବ୍ଳକ ରୁ ଅଶୋକ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ ।


