ତିର୍ତ୍ତୋଲ ର ବିରିତୋଳ ଓ ସଂଅରା ରେ ବିଜେଡିର କର୍ମୀ ସମ୍ମିଳନୀ 

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିର୍ତୋଲ ବ୍ଲକ ୩ନଂ ଜୋନର ବିରିତୋଳ ପଂଚାୟତ ଓ ସଂଅରା ପଞ୍ଚାୟତ ରେ ବୁଧବାର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିରିତୋଳ ପଞ୍ଚାୟତର ରାସଲପୁର ଓ ସଲମପୁର ଠାରେ ଅନୁଷ୍ଠିତ ବୈଠକରେ ପୁର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ନିର୍ବାଚନରେ ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବହୁ ଭୋଟରେ ଜିତାଇବା ପାଇଁ ୱାର୍ଡ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କ ରେ କହିଥିଲେ। ବୈଠକରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ପୂର୍ବତନ ସଭାପତି ଅଶ୍ୱିନୀ ଦାସ, ସମିଜ ଭାଇ, ଅଭଜିତ ପୃଷ୍ଟି, କ୍ଷୀରୋଦ ବାରିକ ପ୍ରମୁଖ ଅଭିଭାଷଣ ଦେଇଥିଲେ। କଂଗ୍ରେସ ଦଳ ଛାଡି ଦଳର ସଭାପତିଙ୍କ ଆଦର୍ଶରେ ଦଳରେ ଯୋଗ ଦେଇଥିବା ଦେବେନ୍ଦ୍ର ମଲ୍ଲିକଙ୍କୁ ଆଜିର ବୈଠକରେ ସ୍ୱାଗତ କରାଯାଇଥିଲା। ସେ ତାଙ୍କ ଭାଷଣ ରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ନେତୃତ୍ୱରେ ଓଡିଶା ରେ ଯେପରି ବିକାଶ ପରେ ବିକାଶ ହୋଇ ଚାଲିଛି ସେଥିରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କହିଥିଲେ। ସେହିଭଳି ସଂଅରା ପଞ୍ଚାୟତର ଠାରେ ପୂର୍ବତନ ସମିତି ସଭ୍ୟ ଦିଲିପ ମହାନ୍ତିଙ୍କ ତତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନେକ ଦଳର କର୍ମୀ ବିଜେଡି ରେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ