ତିଳେଇମାଲ ପ୍ରାଥମିକ ବିଦ୍ୟଳୟ ର ବାର୍ଷିକୋତ୍ସବ
ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ଅନ୍ତର୍ଗତ ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ପାଳିତ ହୋଇଯାଇଛି ବାର୍ଷିକୋତ୍ସବ l ଏହି ଉତ୍ସବ ରେ ଫାଶୀମାଲ ସରପଞ୍ଚ ମାଧବୀ ଲତା ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଶୀମାଲ କ୍ଲଷ୍ଟର ସି ଆର ସି ସି ଗୋପାଳଜୀ ନାଏକ ଓ ସ୍କୁଲ ଚ୍ୟାରମେନ ସୁବାଷ ମୁଣ୍ଡା ସନମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସ୍କୁଲ ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ଦେଇ ସନମାନିତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l


