ତୀର୍ଥ ଯାତ୍ରା ଗଲେ ୩୪ ବରିଷ୍ଠ ନାଗରିକ

ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ତୀର୍ଥ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଏଥିନେଇ ବନ୍ତ ବ୍ଲକର ୩୪ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଛନ୍ତି । ଆଜି ବ୍ଲକରୁ ଏକ ଗାଡି ଯୋଗେ ସମସ୍ତ ଯାତ୍ରୀ ମାନଙ୍କୁ ଜିଲା ମୁଖ୍ୟାଳୟକୁ ନିଆଯାଇଥିଲା । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଓ ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ ଉପସ୍ଥିତ ରହି ସମସ୍ତ ଯାତ୍ରୀ ମାନଙ୍କୁ ବିଦାୟୀ ଶୁଭେଚ୍ଛା ଜଣାଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ ସମସ୍ତ ଯାତ୍ରୀ ମାନଙ୍କୁ ଦାୟୀତ୍ୱରେ ନେଇଥିବା ଜଣାଯାଇଛି । ଆଜି ସମସ୍ତ ଯାତ୍ରୀ ମାନେ ଭଦ୍ରକରେ ପହଞ୍ôଚବା ପରେ ସେମାନଙ୍କୁ ବାଲେଶ୍ୱର ନିଆଯିବ । ସେଠାରେ ପଦ୍ମାବତୀ ୱାଟର ପାର୍କରେ ରାତ୍ରୀ ଯାପନ କରି ଗୁରବାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ମହାରାଷ୍ଟ୍ରର ଶିରିଡି, ନାସିକର ଜ୍ୟୋତି ଲିଙ୍ଗ ଆଦି ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ