ତୀର ମାଡ଼ରେ ଯୁବକ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଅଂଚଳର ଜାରିହିଲ ଗାଁରେ ଜମିବାଡି ବିବାଦ ନେଇ ତୀର ମାଡ଼ରେ ମୃତ ହୋଇଥିବା ଅଭାବନୀୟ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ସଂଧ୍ୟା ୭ଟା ପାପାଖି ସମୟରେ ଜାରିହିଲ୍ ଗାଁର ସମରା ଦେହୂରୀ(୪୫) ପାଖ ଦୋକାନରୁ ସଉଦା କିଣି ଫେରୁଥିବା ବେଳେ ସେହି ଗାଁର ଛୋଟରାୟ ଦେହୂରୀ ରାସ୍ତାରେ ଜମିକିଣାବିକା ବାବଦ ମାମଲା ନେଇ ତୀର ମାରିଥିଲା ।ସମରାର ଡାହାଣ ପଟ ପିଞ୍ଜରା ତଳ ଦେଇ ତୀର ଗଳି ପିଠି ପଟେ ବାହାରିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମର ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମରାର ପ୍ରାଣବାୟୁ ଉଡି ଯାଇଥିଲା । ଘଟଣାସ୍ଥଳରେ ତୀର ମାରି ଛୋଟରାୟ ଫେରାର ହୋଇଯାଇଥିଲା । ଗୋରୁମହିଷାଣୀ ପୋଲିସ ଏବଂ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।