ତୁଣ୍ଡରା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ପ୍ରଦର୍ଶନୀ

ବାଲେଶ୍ୱର,: ରେମୁଣା ବ୍ଲକ ତୁଣ୍ଡରା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଉତ୍ସବରେ ବିଜ୍ଞାନ ଶିକ୍ଷକ ବଂଶୀଧର ଦତ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୯ ଗୋଟି ପ୍ରକଳ୍ପ ମନୋନୀତ ହୋଇ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭାଗ ନେଇଥିଲେ । ଏହି ବିଜ୍ଞାନ ମେଳାରେ ବର୍ଦ୍ଧନପୁର ମଣିନାଗେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦୟ ଚନ୍ଦ୍ର ଶତପଥୀ ବିଚାରକ ଭାବେ ଯୋଗ ଦେଇ ପିଲାମାନଙ୍କର ପ୍ରକଳ୍ପଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ପିଲାମାନଙ୍କୁ ବିଜ୍ଞାନର ଉପକାରିତା ସମ୍ପର୍କରେ ବୁଝାଇଥିଲେ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଏହି ବିଜ୍ଞାନ ମେଳାକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଜେନା, ଶଶୀକାନ୍ତ ସାହୁ, ପିତବାସ ନାୟକ, ପ୍ରଭାକର ବେହେରା, ଭବେନ୍ଦ୍ର ଶତପଥୀ, ଯୋଗେନ୍ଦ୍ର ନାଥ ଦାସ, ଗଜେନ୍ଦ୍ର ବାରିକ ପ୍ରମୁଖ ଶୃଙ୍ଖଳାର ସହିତ ପରିଚାଳନା କରିଥିବା ବେଳେ ପିତାମ୍ବର ନାୟକ, ପରମାନନ୍ଦ ସେଠୀ ଏବଂ ମନୋରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ