ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୩ ଲକ୍ଷ ୫୨ ହଜାର ଟଙ୍କା ଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଥିବା ବେଳେ ରାଜ୍ୟ ରୁ କରୋନା କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ୩ ଲକ୍ଷ ୫୨ ହଜାର ଟଙ୍କା ଦାନ କରି ନିଜ ମାନବିକତାର ଅସଲ ପରିଚୟ ଦେଖାଇଦେଲେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶରତ ଚନ୍ଦ୍ର ଦେଶୀନାୟକ ଙ୍କ ଆହ୍ୱାନ କ୍ରମେ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକଙ୍କ ସହଯୋଗ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ୧୩ଟି କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜ ପାରିଶ୍ରମିକ ଟଙ୍କା ରୁ ଗୋଟିଏ ଦିନର ପାରିଶ୍ରମିକ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ସହଯୋଗ ର ହାତ ବଢ଼ାଇ ନିଜ ମାନବିକତାର ଅସଲ ପରିଚୟ ସୃଷ୍ଟି କରିଛନ୍ତି। ଉକ୍ତ ଦାନ କରାଯାଇଥିବା ୩ ଲକ୍ଷ ୫୨ ହଜାର ଟଙ୍କା କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ, ଅବସର ପ୍ରାପ୍ତ ଏ ବି ଇ ଓ ରବିନାରାୟଣ ମିଶ୍ର, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ସମରେନ୍ଦ୍ର ଦାସ, ଉପସଭାପତି ସନ୍ତୋଷ ଦିଗାଲ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ, ନୂତନ ପେନସନ ଯୋଜନା ଭୂକ୍ତ ଶିକ୍ଷକ ସଂଘ ସଭାପତି କୁମର ପାରାସେଠ, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ନାୟକ, ସି ଆର ସି ସି ବାସୁଦେବ ପରାସେଟ ପ୍ରମୁଖ କନ୍ଧମାଳ ଜିଲ୍ଲାପାଳ ଡ଼. ବୃନ୍ଦା ଡ଼ି. ଙ୍କ ଜରିଆରେ ଡ୍ରାଫ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ପ୍ରଦାନ କରିଛନ୍ତି। ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତ ଭାବେ ସହଯୋଗ କରିଥିବାରୁ ଜିଲ୍ଲାପାଳ ସାଧୁବାଦ ଜଣାଇବା ସହ ଏକ ମାନପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ