ତୁମ ବୋଉ ମୋ ମାଉସୀ ମୋ ବୋଉ ତୁମ ମାଉସୀ ଲେଖା ଯୋଖାରେ
ରଜତ ବାବୁ ଓ ସୁରେଶ ବାବୁ ଦୁଇ ପଡୋଶୀ ଏକାଠି ଗୋଟିଏ ଅଫିସରେ ଚାକିରୀ କରନ୍ତି, ସବୁଠୁ ମଜାକଥା ଦୁଇଜଣଙ୍କ ଯାକ ନିଇତି ଅଫିସକୁ ସାଇକେଲରେ ଯିବା ଆସିବା କରନ୍ତି, ରାଜଧାନୀରେ ନଅତାଲା ରେ ଚାକିରୀ କରୁଛନ୍ତି ଆଠ ନମ୍ବର ରେ ସରକାରୀ କୂଆଟର ପାଇଛନ୍ତି,
ଦୁଇ ବାବୁଙ୍କଙ୍କର ଦୁଇ ଝିଅ ଦୁଇ ପୁଅ, ରଜତ ବାବୁଙ୍କର ଗୋଟିଏ ପୁଅ କଲେଜ ରେ ଭଲ ପଢେ ଝିଅ ହାଇସ୍କୁଲ ରେ ପଢେ ଠିକ ସେହିପରି ସୁରେଶ ବାବୁ ଙ୍କ ପୁଅ କଲେଜ ରେ ଭଲ ପଢେ ଝିଅ ହାଇସ୍କୁଲ ରେ ପଢେସବୁଠୁ ଭଲ କଥା ହେଲା ରଜତ ବାବୁ ଙ୍କ ଝିଅ ଓ ସୁରେଶ ବାବୁଙ୍କ ଝିଅ ଦୁଇଜଣ ଭଲ ସାଙ୍ଗ ସେ ଦୁହେଁ ମାଆ ଙ୍କ ସହିତ ମନ୍ଦିର ଯାଆନ୍ତି ମାର୍କେଟ ଯାଆନ୍ତି, ଦୁଇ ଜଣଯାକ ଅତି ଆଦରରେ ମାଉସୀ ଡାକନ୍ତି। ଦୁଇ ମାଆଙ୍କର ସେନେହ ଶ୍ରଦ୍ଧା ପାଇ ନିଜ ମାଉସୀ ପରି ଦୁହିଁଙ୍କୁ ଲାଗୁଥାଏ, ରଜତ ବାବୁ ଙ୍କ ଝିଅ
ସୁନୀତା କୁ ଥରେ ଭୀଷଣ ଜର ହେଲା ତାଙ୍କ ମାଆ ଦୁଇଦିନ ପାଇଁ ତାଙ୍କ ଗାଁ କୁ ତାଙ୍କ ବାପାଙ୍କୁ
ଦେଖିବାକୁ ଯାଇଥିଲେ , ଏହି ସମୟରେ ସୁନୀତା ର ସଂପୂର୍ଣ୍ଣ ଦାୟିତ୍ବ ତାଙ୍କ ପଡୋଶୀ ମାଉସୀ ନେଇଥିଲେ ଯାହାଫଳରେ କି ତିନିଦିନ ମାଉସୀ ଙ୍କ ସେବା ଶୁଶୃଷା ରେ ସୁନୀତା ସୁସ୍ଥ ହୋଇଗଲା, ସୁନୀତା ସାଙ୍ଗ ବବିତା ସବୁବେଳେ ତା ପାଖରେ ବସେ, ଇସ୍କୁଲ ରେ ତିନିଦିନ ରେ ଯାହ ପଢାଗଲା ବବିତା ତାକୁ ଜଣାଏ। ତାଙ୍କ ମାଆ ଗାଁ ରୁ ଫେରି ସବୁକଥା ଝିଅଠାରୁ ଶୁଣି ବହୁତ ଖୁସି ହେଲେ ଭଲ ପଡୋଶୀ ପାଇଥିବାରୁ ଭଗବାନଙ୍କୁ ପ୍ରାର୍ଥନା କରିବା ସହିତ କୃତଜ୍ଞତା ଜଣାଇଲେ, ଝିଅ କହିଲା ମାଆ ଲୋ ସେ ଆମର କେବଳ ପଡୋଶୀ ନୁହଁନ୍ତି ସେ ମୋର ନିଜ ର ମାଉସୀ, ମାଆ ଝିଅ କଥାବାର୍ତ୍ତା ହେଉଥିବା ବେଳେ ତା ସାଙ୍ଗ ଘର ଭିତରକୁ ଆସିଗଲା, ସୁନୀତା ସାଙ୍ଗ ବବିତା ବବିତା କୁ କହିଲା “ତୋ ବୋଉ ମୋ ମାଉସୀ ମୋ ବୋଉ ତୋ ମାଉସୀ ” ମୁଁ ଜରରେ ପଡିଥିବା ବେଳେ ତୋ ବୋଉ ମୋତେ ତାଙ୍କ କୋଳରେ ଶୁଆଇ ମୁଣ୍ଡ ଚିପି ଦେଉଥିଲେ ମୋ ମୁଣ୍ଡ ରେ ଓଦା କନା ରଖୁଥିଲେ ଯାହା ପାଇଁ ମୋର ଜର କମିଥିଲା, ସୁନୀତା ବୋଉ ବବିତା କୁ କୋଳରେ ନେଇ ସେନେହ ରେ କହିଲେ ସତରେ ତମ ବୋଉ ଏବଂ ମୁଁ ଆମେ ଦୁଇ ଭଉଣୀ ପରି ଆମେ ଦୁହେଁ ତୁମ ଦୁହିଁଙ୍କ ର ଦୁଇ ମାଉସୀ। ଏହିପରି ସଂପର୍କ ଆମର ସବୁବେଳ ପାଇଁ ରହୁ ମୋର ଜଗନ୍ନାଥଙ୍କୁ ଏତିକି ପ୍ରାର୍ଥନା, ପ୍ରତ୍ୟେକ ପରିବାର, ସାହି ପଡିଶା ବନ୍ଧୁ ବାନ୍ଧବ ଏକତା ର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତୁ ପରସ୍ପରକୁ ବିପଦ ଆପଦରେ ସାହାଯ୍ୟ କରନ୍ତୁ ଶାନ୍ତି ଶୃଙ୍ଖଳା ସହିତ ଜୀବନ ଯାପନ କରନ୍ତୁ, ନିଜ ପିଲାମାନଙ୍କୁ ଭଲ ମଣିଷ କରନ୍ତୁ, ସେମାନଙ୍କ ମନରେ ଜାତୀୟ ପ୍ରୀତି ଆଧ୍ୟାତ୍ମିକ ମନୋଭାବ ଭରିଦିଅନ୍ତୁ, ସାନ ମାନଙ୍କୁ ଆଦର କରିବା ଓ ବଡମାନଙ୍କୁ ସନ୍ମାନ ଦେବା ସମସ୍ତେ ଅଭ୍ଯାସ କରନ୍ତୁ, ଦୁଇ ପଡୋଶୀ ଙ୍କ ପରି ସବୁପିଲାଙ୍କୁ ମାଆ ମାଉସୀ ପରି ସନେହ ଶ୍ରଦ୍ଧା କରନ୍ତୁ ।
ଜଲିଲ୍ ଖାଁ
ଶିକ୍ଷା ବିତ୍
ନୂଆପଲ୍ଲୀ ,ଭୁବନେଶ୍ବର


